ଉଦଳା ଥାନା ବଉଳଶାସନ ଗାଁରେ ଲୋମଟାଙ୍କୁରା ହତ୍ୟାକାଣ୍ଡ, ଅନୈତିକ ସଂପର୍କକୁ ନେଇ ଘଟିଥିବା ସନ୍ଦେହ

କେନ୍ୟୁଜ୍(ବ୍ୟୁରୋ):   ଜଘନ୍ୟ, ବିଭତ୍ସ ଏବଂ ଲୋମଟାଙ୍କୁରା । ଉଦଳା ଥାନା ବଉଳଶାସନ ଗାଁରେ ଘଟିଛି ହତ୍ୟାକାଣ୍ଡ । ଜଣେ ଯୁବକଙ୍କୁ ଆକ୍ରମଣ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଜୟପୁର ଗାଁର ଶୁଭାଶିଷ ବାରିକ ନିଜ କାମ ସାରି ଘରକୁ ଫେରିବା ସମୟରେ ବଉଳଶାସନ ଗାଁର ନବୀନା ଆଚାର୍ଯ୍ୟ ଏବଂ ତାଙ୍କ ପରିବାର ଲୋକେ ତାଙ୍କୁ ଘରକୁ ଡାକିଥିଲେ । ଶୁଭାଶିଷଙ୍କ ପରିବାର ଲୋକ ବହୁ ଖୋଜଖୋଜି କରି ପୁଅକୁ ପାଇନଥିଲେ ।

ପରଦିନ ସକାଳୁ ଶୁଭାଶିଷଙ୍କ ମୃତଦେହ ବିଲ ନିକଟରୁ ଉଦ୍ଧାର ହୋଇଥିଲା । ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ପୂର୍ବରୁ ନବୀନା ଆଚାର୍ଯ୍ୟ ଶୁଭାଶିଷ ବାରିକଙ୍କ ନିକଟରୁ ନେଇଥିବା ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ରହିଥିଲା । ଏଥିସହ ନବୀନାଙ୍କ ଝିଅ ସହିତ ଶୁଭାଶିଷଙ୍କର ଅନୈତିକ ସଂପର୍କ ଥିବାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ ମଧ୍ୟ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.