ପୁରୀ: ଦୁର୍ଦ୍ଦାନ୍ତ ଅପରାଧୀ ବିଜୁ ବେହେରାକୁ ଏନକାଉଣ୍ଟର, ବାମ ଗୋଡ଼ରେ ଗୁଳି ଆରପାର୍

ପୁରୀ(କେନ୍ୟୁଜ୍): କିଛି ଦିନର ନିରବତା ପରେ ପୁଣି ଫୁଟିଲା ଗୁଳି।  ଦୁର୍ଦ୍ଦାନ୍ତ ଅପରାଧୀ ବିଜୁ ବେହେରାକୁ ପୋଲିସ କଲା ଏନକାଉଣ୍ଟର।ପୁରୀରେ ଜଣେ ମହିଳାଙ୍କୁ ଗୁଳିମାଡ଼ ଘଟଣାରେ ଦୁର୍ଦ୍ଦାନ୍ତ ଅପରାଧୀ ବିଜୁ ବେହେରାକୁ ଏନକାଉଣ୍ଟର । ପୁରୀ ଏସପିଙ୍କ ସାମ୍ବାଦିକ ସମ୍ମିଳନୀର କିଛି ସମୟ ପରେ ଅପରାଧୀକୁ ଏନକାଉଣ୍ଟର କରିଛି ପୋଲିସ । ତାର ବାମ ଗୋଡ଼ରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ବିଜୁକୁ ପ୍ରଥମେ ଚନ୍ଦନପୁର ମେଡିକାଲ ପରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅପରାଧୀକୁ ଧରିବା ପାଇଁ ୪ଟି ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା ।

encounter puri

ପୁରୀ ସଦର ଚନ୍ଦନପୁର ନିକଟ ଗଙ୍ଗନାରାୟଣପୁର ଅଞ୍ଚଳରେ ବିଜୁ ପୁନଃ ଏକ ଅପରାଧିକ ଷଡଯନ୍ତ୍ର କରୁଥିବା ସମୟରେ ବିଶ୍ୱସ୍ତସୂତ୍ରରୁ ଖବରପାଇ ଚଢାଉ କରିଥିଲା ପୋଲିସ । ବିଜୁକୁ ଆତ୍ମସମର୍ପଣ କରିବାକୁ କହିବାରୁ ପୋଲିସ ଉପରକୁ ପାଲଟା ଗୁଳିଚାଳନା କରିଥିଲା। ତେବେ ଆତ୍ମରକ୍ଷା ପାଇଁ ପୋଲିସ ମଧ୍ୟ ବିଜୁ ଉପରକୁ ଗୁଳି ଚଳାଇଥିଲା । ଦୁଇଟି ଭିନ୍ନ ଭିନ୍ନ ଘଟଣାରେ ଗୁଳିମାଡ଼ କରି ଫେରାର ଥିଲା ଦୁର୍ଦ୍ଦାନ୍ତ ଅପରାଧୀ ବିଜୁ । ବନ୍ଧୁକରୁ ଖୋକା ସହ ଏକ ବାଇକକୁ ମଧ୍ୟ ଜବତ କରିଛି ପୋଲିସ । ସେପଟେ ବିଜୁର ଅନ୍ୟ ଏକ ସହଯୋଗୀ ଏବେବି ଫେରାର ଥିବାବେଳେ ଖୁବଶୀଘ୍ର ତାକୁ ଗିରଫ କରାଯିବ ବୋଲି ପୁରୀ ସିଟି ଡିଏସପି କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.