ଦୈତାରୀ ପଣ୍ଡାଙ୍କ ନାଁରେ ଥାନାରେ ଏତଲା: ଯାତ୍ରା ପାର୍ଟିରୁ ୧୫ଲକ୍ଷ ନେଇ ଧରାଛୁଆଁ ଦେଉ ନଥିବା ଅଭିଯୋଗ, ଏ ନେଇ କଣ କହିଲେ ଦୈତାରୀ ଜାଣନ୍ତୁ

ବାଲେଶ୍ଵର (କେନ୍ୟୁଜ): ଯାତ୍ରା ଅଭିନେତା ଦଇତାରୀ ପଣ୍ଡାଙ୍କ ନାମରେ ମାମଲା । ତୁରନ୍ତ ଚୁକ୍ତି ମୁତାବକ କାର୍ଯ୍ୟରେ ଯୋଗଦେବା ନେଇ ଅଭିଯୋଗ ଆଣିଲେ ରାଜଧାନୀ ମିଡ଼ିଆ ହାଉସର ମୁଖ୍ୟ କାର୍ଯ୍ୟ ନିର୍ବାହୀ ହର ପ୍ରସାଦ ବାରିକ । ଦୈତାରି ପଣ୍ଡା ପାର୍ବତୀ ଗଣନାଟ୍ୟରେ ଯୋଗ ଦେବା ପାଇଁ ଅଗ୍ରୀମ ୧୫ ଲକ୍ଷ ଟଙ୍କା ନେଇ ଯାତ୍ରାରେ ଯୋଗ ଦେଇ ନଥିବା ନେଇ ଅଭିଯୋଗ ।

ସୂଚନା ଅନୁସାରେ, ରାଜଧାନୀ ମିଡିଆ ହାଉସ୍‌ ପରିଚାଳିତ ପାର୍ବତୀ ଗଣନାଟ୍ୟରେ ଅଭିନୟ ପାଇଁ ଦୈତାରୀ ୧୫ ଲକ୍ଷ ଟଙ୍କା ଆଡ୍‌ଭାନ୍ସ ନେଇଥିଲେ । ୨୦୨୨-୨୩ ଗୋଟିଏ ବର୍ଷ ପାଇଁ ଚୁକ୍ତି ହୋଇଥିଲା । ହେଲେ ଦୈତାରୀ ଏହି ଚୁକ୍ତି ଭଙ୍ଗ କରିଛନ୍ତି । ସେ ଫୋନ୍‌ ଉଠାଉ ନଥିବା ଅଭିଯୋଗ ହୋଇଥିବା ବେଳେ ତାଙ୍କୁ ଶୀଘ୍ର ଖୋଜିବା ପାଇଁ ପୋଲିସ୍‌ ଥାନାରେ ଦାଏର୍‌ ହୋଇଥିବା ଏଫ୍‌ଆଇଆର୍‌ କପିରୁ ଜଣାପଡ଼ିଛି ।

ତେବେ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ଯାତ୍ରା ଜଗତର ମହାଖଳନାୟକ ଦୈତାରୀ ପଣ୍ଡା । ସେ କହିଛନ୍ତି, ମୁଁ ୧୫ ଲକ୍ଷ କଣ ୫ ପଇସା ବି ନେଇ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.