Below header

ଅପରାଧିକ କାର୍ଯ୍ୟକଳାପ ନିୟନ୍ତ୍ରଣ ପାଇଁ ଆକ୍ସନ ମୋଡରେ ପୋଲିସ୍‌, ରାତିରେ ରାଜଧାନୀରେ କଡାକଡି ଚେକିଂ

ରାଜଧାନୀରେ ଅପରାଧିକ କାର୍ଯ୍ୟକଳାପ ନିୟନ୍ତ୍ରଣ ପାଇଁ ପୋଲିସ୍‌ ଏଭଳି ପଦକ୍ଷେପ ନେଇଛି । ବିଭିନ୍ନ ପୋଲିସ ଷ୍ଟେସନର ୩ ପ୍ଲାଟୁନ ପୋଲିସ ଏଥିରେ ସାମିଲ ଅଛନ୍ତି । ‘ସେଫ୍‌ ସିଟି ଡ୍ରାଇଭ’ ଭୁବନେଶ୍ୱର ଅଧୀନରେ ଏହି ଚେକିଂ କରାଯାଉଛି ।

ଭୁବନେଶ୍ୱର(କେନ୍ୟୁଜ୍):  ଭୁବନେଶ୍ୱରରେ ରାତି ଯାଞ୍ଚ ଜୋରଦାର । ଝାରପଡା ଗୋଲେଇ, କଲ୍ପନା, ରବି ଟକିଜ୍‌ , ରୁପାଲି , ରାମମନ୍ଦିର, ହସ୍ପିଟାଲ , ଜାଗମରା, ଷ୍ଟୁଆର୍ଟ, ନାଲୋକୋ ଛକ, ଡମଣା ଓ ପଟିଆ ଛକରେ ଯାଞ୍ଚ କରିଛି ପୋଲିସ । ବିଳମ୍ବିତ ରାତିରେ ରାସ୍ତାରେ ଯାଉଥିବା ଗାଡ଼ିକୁ ଅଟକାଇ ଚେକିଂ କରାଯାଇଛି ।

ରାଜଧାନୀରେ ଅପରାଧିକ କାର୍ଯ୍ୟକଳାପ ନିୟନ୍ତ୍ରଣ ପାଇଁ ପୋଲିସ୍‌ ଏଭଳି ପଦକ୍ଷେପ ନେଇଛି । ବିଭିନ୍ନ ପୋଲିସ ଷ୍ଟେସନର ୩ ପ୍ଲାଟୁନ ପୋଲିସ ଏଥିରେ ସାମିଲ ଅଛନ୍ତି । ‘ସେଫ୍‌ ସିଟି ଡ୍ରାଇଭ’ ଭୁବନେଶ୍ୱର ଅଧୀନରେ ଏହି ଚେକିଂ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.