ରାଜ୍ୟରେ ପୋଲିସର କୋଭିଡ୍ ଏନ୍ଫୋର୍ସମେଣ୍ଟ, ଗତ ୨୪ ଘଣ୍ଟାରେ ୨୩ ଲକ୍ଷରୁ ଅଧିକ ଟଙ୍କା ଜରିମାନା ଆଦାୟ
ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ପୋଲିସର କୋଭିଡ୍ ଏନ୍ଫୋର୍ସମେଣ୍ଟ। ୨୪ ଘଣ୍ଟାରେ ୨୩ ଲକ୍ଷ ୫୯ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ୭୬୦ଟି ଗାଡ଼ି ଜବତ ହୋଇଛି। ୧୯ ଜଣ ଗିରଫ ହୋଇଛନ୍ତି। ୩୦ ତାରିଖ ସକାଳରୁ ୩୧ ତାରିଖ ସକାଳ ମଧ୍ୟରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କୋଭିଡ୍ କଟକଣା ମାନିବାକୁ ଓଡିଶା ପୋଲିସ ନିବେଦନ କରିଛନ୍ତି।