Below header

ପୋଲିସ କରୁଛି ପୋଲିସର ତଦନ୍ତ: ଚୋରା କାଠ କାରବାରରେ ଗିରଫ ୪ ଓଏସ୍‌ଏପି ଯବାନଙ୍କୁ ଚାଲିଛି ପଚରାଉଚରା

ଗଜପତି(କେନ୍ଯୁଜ୍): ପୋଲିସ କରୁଛନ୍ତି ପୋଲିସର ତଦନ୍ତ । ଚୋରା କାଠ କାରବାରରେ ସାମିଲ ପୋଲିସ । ଗିରଫ ହୋଇଛନ୍ତି ୪ ଓଏସ୍‌ଏପି ଜବାନ। ଜବତ ହୋଇଛି ପୋଲିସ ଗାଡ଼ି ଓ ୬୫ ହଜାର ଟଙ୍କାର କାଠ। ଘଟଣାରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଏଡିଜି ଆର୍‌ପି କୋଚେ ଏହାର ତଦନ୍ତ କରୁଛନ୍ତି। ୬ ଜଣ ବନକର୍ମଚାରିଙ୍କୁ ଏଡିଜି ପଚରାଉଚରା କରାଯାଇଛି।

ଆଜି ମଧ୍ୟ କିଛି ବରିଷ୍ଠ କର୍ମଚାରୀଙ୍କ ବୟାନ ରେକର୍ଡ କରାଯିବ। ଗତ ୩ ତାରିଖ ଦିନ ଗଜପତି ଜିଲ୍ଲା ଦେବଗିରି ରେଞ୍ଜ ପକ୍ଷରୁ ପୋଲିସ ଗାଡ଼ି ସହ କାଠ ଜବତ କରାଯାଇଥିଲା। ପାରଳାଖେମୁଣ୍ଡି ରିଜର୍ଭ ତୃତୀୟ ବାଟାଲିଆନ କୋଲୋନୀରୁ କାଠ ଭୁବନେଶ୍ୱର ଯାଉଥିଲା। ଏ ଘଟଣାରେ ୪ ଜଣ ଓଏସ୍‌ଏପି ଜବାନଙ୍କ ସମ୍ପୃକ୍ତି ଅଭିଯୋଗ ଥିବାରୁ ପୋଲିସ ଏଡିଜି ଆର୍‌ପି କୋଚେ ଏହାର ବିଭାଗୀୟ ତଦନ୍ତ ଆରମ୍ଭ କରିଛନ୍ତି। ପ୍ରଶ୍ନ ଉଠିଛି କାଠ କେଉଁଠୁ କଟା ହେଲା, ଲୋଡ୍‌ କେଉଁଠାରେ ହେଲା ଏବଂ ଭୁବନେଶ୍ୱର କାହାପାଖକୁ ଯାଉଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.