ଛତିଶଗଡ଼ ଦନ୍ତେୱାଡାରେ ପୋଲିସର ଏନକାଉଣ୍ଟ, ହାର୍ଡ କୋର ମାଓବାଦୀ ରାମସୁର ମୃତ

ମାଲକାନଗିରି(କେନ୍ଯୁଜ୍): ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦନ୍ତେୱାଡାରେ ପୋଲିସ ଏନକାଉଣ୍ଟରରେ ହାର୍ଡ କୋର ମାଓବାଦୀ ମୃତ । ମେଘନାର ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ପୋଲିସର ଏନକାଉଣ୍ଟରରେ ହାର୍ଡକୋର୍‌ ମାଓବାଦୀ ରାମସୁର ମୃତ୍ୟୁ ହୋଇଛି ।

ସେ ଇନ୍ଦ୍ରାବତୀ ଏରିଆ କମିଟି ମାଓ ସଙ୍ଗଠନ DVCM କ୍ୟାଡର ଭାବେ କାର୍ଯ୍ୟ କରୁଥିଲା । ଅନେକ ବଡ଼ବଡ଼ ହିଂସାକାଣ୍ଡରେ ମାଷ୍ଟର ମାଇଣ୍ଡ ଥିଲା ରାମସୁ । ଘଟଣାସ୍ଥଳରୁ ଗୋଟିଏ ପିସ୍ତଲ ସହ ବିପୁଳ ପରିମାଣର ମାଓ ବିସ୍ଫୋରକ ଜବତ କରିଛି ପୋଲିସ । ଡିଆର୍‌ଜି ଯବାନଙ୍କ ଅପରେସନ ବେଳେ ଏହି ସଫଳତା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.