ତାଳଚେର ହାଟତୋଟା ସ୍ଥିତ ମଙ୍ଗଳା ମନ୍ଦିରରେ ଭିଡ଼ କରିବା ଯୋଗୁଁ ୪ ପୂଜକଙ୍କୁ ଉଠାଇ ନେଲା ପୋଲିସ୍

ତାଳଚେର: ମହଙ୍ଗା ପଡିଲା କୋଭିଡ ନିୟମ ଉଲଂଘନ ।  ତାଳଚେର ହାଟତୋଟା ସ୍ଥିତ ମଙ୍ଗଳା ମନ୍ଦିରରେ ଭିଡ଼ କରିବା ଯୋଗୁଁ ଚାରି ପୂଜକଙ୍କୁ ଉଠାଇ ନେଇ ଅଟକ ରଖିଲା ତାଳଚେର ପୋଲିସ ।

ସୂଚନା ଅନୁଯାୟୀ  ଆଜି ମଙ୍ଗଳା ଓଷା ଥିବା ଯୋଗୁଁ ହାଟତୋଟା ସ୍ଥିତ ମଙ୍ଗଳା ମନ୍ଦିରରେ ପ୍ରବଳ ଭକ୍ତଙ୍କ ଭିଡ଼ ଜମିଥିଲା । ଲୋକ ମାନେ କୋଭିଡ କଟକଣାକୁ ବେଖାତିର କରି ମନ୍ଦିରରେ ପୂଜା କରିଥିଲେ ।

ଜିଲ୍ଲାରେ କରୋନା ବୃଦ୍ଧି ପାଉଥିବା ଯୋଗୁଁ ପ୍ରଶାସନ ଦେବାଳୟରେ ଭିଡ ନ କରି କୋଭିଡ କଟକଣାକୁ ମାନି ପୂଜାପାଠ କରିବାକୁ ପୂର୍ବରୁ ନିର୍ଦେଶ ଦେଇଥିବା ବେଳେ ଏହି ନିର୍ଦେଶକୁ ଫୁ କରି ବ୍ୟାପକ ଭିଡ ଲାଗିଥିଲା । ବିଶେଷ ସୂତ୍ରରୁ ଖବର ପାଇ ତାଳଚେର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ଘଉଡ଼ାଇ ଥିଲା । ତେବେ ନିୟମ ଉଲ୍ଲଘଂନ କରିଥିବା ଯୋଗୁଁ ମନ୍ଦିରର ୪ ଜଣ ପୂଜକଙ୍କୁ ପୋଲିସ ଅଟକ ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.