Below header

ମାଲକାନଗିରି ସୀମାନ୍ତ ଦେବେଲାଗୁଡେମ ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳିବିନିମୟ, ଜଣେ ମୃତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଦେବେଲାଗୁଡେମ ଜଙ୍ଗଲରେ ପୋଲିସ – ମାଓବାଦୀ ଗୁଳିବିନିମୟ । ପୋଲିସ୍‌ ଗୁଳିରେ ଜଣେ ମାଓବାଦୀର ମୃତ୍ୟୁ ହୋଇଛି । ହେଲେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଅନେକ ଟପ୍‌ କ୍ୟାଡର ମାଓବାଦୀ ।

ପୋଲିସ ଗୁଳିର ସାମ୍ନା କରି ନପାରି ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ । ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରି ରହିଛି । ଜଙ୍ଗଲ ମଧ୍ୟରେ ପ୍ରାୟ ୫୦ ରୁ ଅଧିକ ମାଓବାଦୀ କ୍ୟାମ୍ପ କରି ପୋଲିସ୍‌କୁ ଟାର୍ଗେଟ କରି ଏକ ବଡ଼ ଧରଣର ଯୋଜନା ଚଳାଇଥିଲେ । ତେବେ ଏନେଇ ସୂଚନା ପାଇଁ ଚଢାଉ କରିଥିଲା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.