ଦୁଇଟି ଭିନ୍ନ ଭିନ୍ନ ସ୍ଥାନରୁ ଆସିଲା ଦୁଷ୍କର୍ମ ଘଟଣା: କରଞ୍ଜିଆରେ ଦିବ୍ଯାଙ୍ଗ ଯୁବତୀ ଓ ଅସ୍ତରଙ୍ଗରେ ଅଢେଇ ବର୍ଷର ଶଶୁ କନ୍ଯା ହେଲେ ଶିକାର

କରଞ୍ଜିଆ/କାକଟପୁର : ପବିତ୍ର ସମ୍ପର୍କରେ ପାପର ଛିଟା । ନିଜ ଝିଆରୀକୁ ଦୁଷ୍କର୍ମ ଅଭିଯୋଗରେ ବନ୍ଧାହେଲା ଦାଦା । ମୟୂରଭଞ୍ଜ ଜିଲ୍ଲାରେ ଘଟିଛି ଏହି ଲଜ୍ଜାଜନକ ଘଟଣା । ଦିବ୍ଯାଙ୍ଗ ଝିଆରୀକୁ ବାରମ୍ବାର ଦୁଷ୍କର୍ମ କରିଥିଲା ରାକ୍ଷାସ ଦାଦା । ଯାହାଫଳରେ ସେ ସାତ ମାସର ଗର୍ଭବତୀ ହୋଇଥିବା ଜଣାପଡିଥିଲା ।

ତେବେ ଘଟଣା ନେଇ ଖାପ ପଞ୍ଚାୟତରେ ସମାଧାନ ଚାଲିଥିବା ସମୟରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ୍ । ବର୍ତ୍ତମାନ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍‌  । ସେପଟେ ପୀଡିତାକୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସ୍ୱାସ୍ଥ୍ୟ ପାରୀକ୍ଷା ପରେ ସୁଧାର ଗୃହକୁ ପଠାଯିବ ବୋଲି କହିଛନ୍ତି ଥାନାଧିକାରୀ ।

ଠିକ୍ ସେହିପରି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଳକରୁ ଆସିଛି ଏକ ବର୍ବରତାର ଚିତ୍ର । ଜଣେ ଅଢେଇ ବର୍ଷର ଶଶୁ କନ୍ଯାକୁ ଖେଳ ପଡିଆରୁ ଟେକି ନେଇ ଜଣେ ୨୬ ବର୍ଷ ଯୁବକ ଦୁଷ୍କର୍ମ ଉଦ୍ଯମ କରିବା ଘଟଣା ସମଗ୍ର ଅସ୍ତରଙ୍ଗ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଉକ୍ତ ଶିଶୁ କନ୍ଯାଟିକୁ ତାର ପରିବାର ଲୋକେ ଉଦ୍ଧାର କରି ଅସ୍ତରଙ୍ଗ ସ୍ବାସ୍ଥ୍ଯ କେନ୍ଦ୍ରରେ ଭର୍ତି କରିଛନ୍ତି । ନୂଆଗଡ ଠାରେ ଥିବା ଅସ୍ତରଙ୍ଗ ସାମୁଦ୍ରିକ ଥାନାରେ ଅଭିଯୋଗ ହେବାପରେ ଅଭିଯୁକ୍ତକୁ ଗିରଫ କରି ପୋଲିସ୍ କୋର୍ଟ ଚାଲାଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.