କଣ୍ଟେନମେଣ୍ଟ ଜୋନ ଘୋଷଣାକୁ ନଥିଲା ଖାତିର, ଘରୋଇ କଲେଜରେ ପାଠପଢା ଚାଲିଥିବା ବେଳେ ରାତି ୧୨ଟାରେ ଚଢାଉ କଲା ପୋଲିସ

ଢେଙ୍କାନାଳ(କେନ୍ୟୁଜ୍): କଣ୍ଟେନମେଣ୍ଟ ଜୋନରେ ରାତି ଅଧିଆ ଚାଲିଥିଲା ପାଠ ପଢା । ଟାଉନ ଥାନା ପିସିଆର ଭ୍ୟାନ ପହଞ୍ଚି ଚଢାଉ କରିବା ପରେ ଛୁ ମାରିଲେ କଲେଜ କର୍ତ୍ତୃପକ୍ଷ। ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ୨ନମ୍ବର ୱାର୍ଡର କୁଞ୍ଜକାନ୍ତ ଅଞ୍ଚଳରେ ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ୫୬ ଛାତ୍ରଛାତ୍ରୀ କୋଭିଡ ପଜିଟିଭ ବାହାରିବା ପରେ ସମ୍ପୃକ୍ତ ଅଞ୍ଚଳକୁ ଏବେ ୧୦ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି। କିନ୍ତୁ ପ୍ରଶାସନର ନିୟମକୁ ଖୋଲା ଖୋଲି ଉଲଂଘନ କରି ଅନ୍ୟ ଏକ ଘରୋଇ କଲେଜରେ  ରାତି ଅଧିଆ ପିଲାଙ୍କୁ ନେଇ ଚାଲିଥିଲା ପାଠ ପଢ଼ା।

dhenkanal 2

ଖବର ପାଇ ଟାଉନ ଥାନା ପୋଲିସ ରାତି ୧୨ଟା ବେଳକୁ ପହଞ୍ଚି ଚଢାଉ କରିବା ବେଳେ କଲେଜ କର୍ତ୍ତୃପକ୍ଷ ପୋଲିସକୁ ଦେଖି ସେଠାରୁ ପଳାଇଯାଇଥିଲେ। ପୋଲିସ ସହିତ କଲେଜ କର୍ମଚାରୀଙ୍କର କିଛି ସମୟ ଯୁକ୍ତିତର୍କ ପରେ ଥାନାରୁ ଉପରିସ୍ଥ ଅଧିକାରୀ ଆସିଥିଲେ। ହେଲେ ଦୀର୍ଘ ସମୟ ଧରି କଲେଜ କବାଟ ବାଡେଇଥିଲେ ମଧ୍ୟ କବାଟ ଖୋଲି ନ ଥିଲେ କର୍ମଚାରୀ । ଫଳରେ ଦୀର୍ଘ ସମୟ ପରେ ପୋଲିସ ଫେରିଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.