ନିଖୋଜ ନିରଞ୍ଜନ ନାଏକଙ୍କ ଗଳିତ ଶବକୁ ଉଦ୍ଧାର କଲା ପୋଲିସ

କେନ୍ଦୁଝର (କେନ୍ୟୁଜ) : ପ୍ରଥମେ ନିଖୋଜ ପରେ ମୃତଦେହ ଉଦ୍ଧାର । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପଣ୍ଡାପଡା ଥାନା ତେନ୍ତେଳାପଶି ପଂଚାୟତ ଅନ୍ତର୍ଗତ ଧନୁର୍ଜୟପୁର ହାଇସ୍କୁଲର କର୍ମଚାରୀ ନିରଞ୍ଜନ ନାଏକ ଗତ ୨୮ତାରିଖରୁ ନିଖୋଜ ଥିବା ବେଳେ ଆଜି ଏକ ପରିତପ୍ତ କୂଅରୁ ତାଙ୍କର ମୃତ ଦେହ ଉଦ୍ଧାର ହୋଇଛି ।ସୂଚନା ଅନୁସାରେ ନିରଞ୍ଜନ ହାଇସ୍କୁଲରେ ରାତ୍ର ଜଗୁଆଳି ଭାବେ କାର୍ଯ୍ୟ କରୁଥିଲେ। ନଭେମ୍ବର ୨୮ତାରିଖ ସନ୍ଧ୍ୟା ବେଳେ ନିରଞ୍ଜନ ସବୁଦିନ ପରି ସାଇକେଲ ଯୋଗେ ସ୍କୁଲକୁ ଯାଇଥିଲେ। ସକାଳେ ସେ ଘରକୁ ନଫେରିବାରୁ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ ଆରମ୍ଭ କରିଥିଲା । ହେଲେ ନିରଞ୍ଜନଙ୍କ କୌଣସି ସନ୍ଧାନ ପାଇନଥିଲା ।

ଶେଷରେ ପରିବାର ଲୋକେ ନିରାଶ ହୋଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ଵାରାସ୍ତ ହୋଇ ଏକ ଲିଖିତ ଅଭିଯୋଗ କରିଥିଲେ। ତେବେ ନିରଞ୍ଜନ ମୃତ ଦେହ ଗୋପୀନାଥପୁର ଗ୍ରାମର ଏକ ପରିତପ୍ତ କୂଅରୁ ପୋଲିସ ଅଗ୍ନିଶମ ବାହିନୀଙ୍କ ସହାୟତାରେ ଉଦ୍ଧାର କରିଛି। ଘଟଣାରେ ୨ଜଣଙ୍କୁ ଥାନାରେ ଅଟକ ରଖିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.