ଦେହରେ ସେଲୋଟେପ ମାରି ଗଞ୍ଜେଇ ଚାଲାଣ, ୨୮ କେଜି ଗଞ୍ଜେଇ ଜବତ

ଗଂଜେଇ ଚାଲାଣର ନୂଆ ତରିକା, ଗାଡି ବଦଳରେ ଏବେ ମଣିଷ ସାଜିଛି ଗଂଜେଇ ଚାଲାଣର ମାଧ୍ୟମ । ଦେହରେ ସେଲୋଟେପ ମାରି କରାଯାଉଛି ଗଞ୍ଜେଇ ଚାଲାଣ । ୨୮ କେଜି ଗଞ୍ଜେଇ ସହ ବସଷ୍ଟପରୁ ମାଫିଆକୁ ଗିରଫ କଲା କୋରାପୁଟ ପାଡୁଆ ଥାନା ପୋଲିସ । କୋଲକାତା ଅଞ୍ଚଳର ଜଣେ ଯୁବକ ୭ କିଲୋ ଗଞ୍ଜେଇକୁ ନିଜ ଦେହରେ ସେଲୋଟେପ ମାରି ଏବଂ ବ୍ୟାଗରେ ୨୧ କେଜି ଗଞ୍ଜେଇ ଧରି ଚାଲାଣ କରୁଥିବାବେଳେ ବସ ଷ୍ଟପରୁ ପୋଲିସ କାବୁ କରିଥିଲା ।

ଗଂଜେଇ ଚାଲାଣର ନୂଆ ତରିକା, ଗାଡି ବଦଳରେ ଏବେ ମଣିଷ ସାଜିଛି ଗଂଜେଇ ଚାଲାଣର ମାଧ୍ୟମ । ଦେହରେ ସେଲୋଟେପ ମାରି କରାଯାଉଛି ଗଞ୍ଜେଇ ଚାଲାଣ । ୨୮ କେଜି ଗଞ୍ଜେଇ ସହ ବସଷ୍ଟପରୁ ମାଫିଆକୁ ଗିରଫ କଲା କୋରାପୁଟ ପାଡୁଆ ଥାନା ପୋଲିସ । କୋଲକାତା ଅଞ୍ଚଳର ଜଣେ ଯୁବକ ୭ କିଲୋ ଗଞ୍ଜେଇକୁ ନିଜ ଦେହରେ ସେଲୋଟେପ ମାରି ଏବଂ ବ୍ୟାଗରେ ୨୧ କେଜି ଗଞ୍ଜେଇ ଧରି ଚାଲାଣ କରୁଥିବାବେଳେ ବସ ଷ୍ଟପରୁ ପୋଲିସ କାବୁ କରିଥିଲା । ସନ୍ଦେହ କରି ଯାଞ୍ଚ କରିବାରୁ ନିକଟରେ ରଖିଥିବା ବ୍ୟାଗ ଏବଂ ଦେହରେ ଲୁଚାଇ ରଖିଥିବା ଗଞ୍ଜେଇ ଜବତ କରିଥିଲା ପୋଲିସ । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଏବେ ଏହି ଆତ୍ମଘାତି ଗଂଜେଇ ଚାଲାଣକାରୀକୁ ଗିରଫ କରାଯାଇଛି । ନିଜ ଶରୀରରେ ଗଂଜେଇ ବାନ୍ଧି ଆନ୍ଧ୍ରକୁ ଚାଲାଣ କରୁଥୁବାବେଳେ ଧରା ପଡିଛି ପଶ୍ଚିମ ବଙ୍ଗଳାର ଯୁବକ । ଏହି ଯୁବକ ଜଣକ ସେଲୋଟେପ ଜରିଆରେ ନିଜ ଶରୀର ମଧ୍ୟରେ ଗଂଜେଇକୁ ବାନ୍ଧି ରଖିଥିଲା ।

ପୋଲିସକୁ ଚକମା ଦେବା ସକାଶେ ଶରୀରରେ ଗଂଜେଇ ବାନ୍ଧି ଚାଲାଣ ଜରୁଥୁବା ବେଳେ ପାଡୁଆ ପୋଲିସ ଦ୍ୱାରା ବଡଦେବତା ବସ ଷ୍ଟପେଜ ନିକଟରୁ ଧରା ପଡିଛି । ନିଜସ୍ବ ଗୁଇନ୍ଦା ସୁତ୍ରରୁ ଖବର ପାଇ ପୋଲିସ ଏହାକୁ ଧରିବାକୁ ଉଦ୍ୟମ କରିଥିଲା । ବଡଦେବତା ବସ ଷ୍ଟପେଜ ନିକଟରେ ଗାଡିକୁ ଅପେକ୍ଷା କରିଥିବା ଯୁବକକୁ ସନ୍ଦେହରେ ଧରି ପଚରା ଉଚୁରା କରିବାରେ ପୋଲିସକୁ ମିଳିଥିଲା ସଫଳତା । ଯୁବକଟିର ଡ୍ରେସ ଖୋଲିଲା ବେଳେ ଶରୀର ମଧ୍ୟରୁ ବାହାରିଥିଲା ଗଂଜେଇ । ଏହା ଦେଖି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ପୋଲିସର ବ୍ୟାପକ ଧରପଗଡରୁ ଉଦ୍ଧାର ପାଇବା ପାଇଁ ଗଂଜେଇ ମାଫିଆମାନେ ଏବେ ନୁତନ ଅଜବ କୌଶଳ ଆପଣେଇଥିବା ଦେଖିବାକୁ ମିଳିଛି ।

ପୋଲିସ ମୋଟ ୨୮ କେଜି ଗଂଜେଇ ଜବତ କରିଛି । ଗଂଜେଇ ମାଫିଆଙ୍କ ଦେହରୁ ୭ କେଜି ଗଂଜେଇ ଜବତ ହୋଇଥିବାବେଳେ, ଟ୍ରଲି ବ୍ୟାଗରୁ ୨୧ କେଜି ଗଂଜେଇ ଜବତ କରିଛି ପାଡୁଆ ଥାନା ପୋଲିସ । ଗିରଫ ଗଂଜେଇ ମାଫିଆର ଘର ପଶ୍ଚିମ ବଙ୍ଗାଳା ରାଜ୍ୟ ପୂର୍ବ ବର୍ଦ୍ଧମାନ ଜିଲ୍ଲା, କାତୱ ଥାନା ଅଞ୍ଚଳର ସୁଲହନ ଖାଁ ବୋଲି ନନ୍ଦପୁର ଏସଡିପିଓ ସଂଜୟ ମହାପାତ୍ର ସୁଚନା ଦେଇଛନ୍ତି । ଆନ୍ଧ୍ରର ଆରୁଖୁକୁ ଗଂଜେଇ ଚାଲାଣ କରିବାନେଇ ଗାଡିକୁ ଅପେକ୍ଷା କରିଥିବାବେଳେ ବଢଦେବତା ବସ ଷ୍ଟପେଜ ନିକଟରୁ ପୋଲିସ ସୁଲହନ ଖାଁକୁ ଗିରଫ କରିଛି । ଏହି ଗ୍ୟାଙ୍ଗରେ ଆଉ କେହି ସଂପୃକ୍ତ ଅଛନ୍ତି କି ନାହିଁ ସେନେଇ ପୋଲିସ ତଦନ୍ତ ଜାରି ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.