ସିଙ୍ଗଲ ଚାର୍ଜରେ ୧୫୧ କିଲୋମିଟର ରେଞ୍ଜ୍‌ ଦେବ ଏହି ନୂଆ ସ୍କୁଟର

ନିକଟରେ ଇଲେକଟ୍ରିକ-ଟୁ-ହ୍ଵିଲର କମ୍ପାନୀ ଭାରତୀୟ ବଜାରରେ ନିଜର ଲୋକପ୍ରିୟ ଇଲେକଟ୍ରିକ ସ୍କୁଟରର ଏକଦମ୍‌ ବଜେଟକୁ ସୁହାଇଲା ଭଳି ଭର୍ସନ ଲଞ୍ଚ୍‌ କରିଛି । ଯେଉଁଥିରେ ଏଥର ୪୫୦ଏସ, ଓଲା ଏସ୧ ଏୟାର ଏବଂ ଏସ୧ ଏକ୍ସର ଲଞ୍ଚ୍‌ ସାମିଲ ରହିଛି । ଏହାପରେ ଏବେ ସିମ୍ପଲ ଏନର୍ଜୀ ମଧ୍ୟ ଦେଶରେ ସିମ୍ପଲ ଡଟ୍‌ ଓ୍ଵାନ୍‌ ଇ-ସ୍କୁଟରକୁ ୧ ଲକ୍ଷ ଟଙ୍କା ଦାମରେ ଲଞ୍ଚ୍‌ କରିଛି । ଏହା ଖାସ୍‌ କରି ବେଙ୍ଗାଲୁରୁ ସହରରେ ପ୍ରି-ବୁକ୍‌ କରାଯାଇଥିବା ସିମ୍ପଲ ଓ୍ଵାନ୍‌ ଗ୍ରାହକଙ୍କ ପାଇଁ ଏକ ଇଣ୍ଟ୍ରୋଡକ୍ଟରୀ ପ୍ରାଇସ୍‌ ଟ୍ୟାଗରେ ରହିଛି ।

ବୁକିଙ୍ଗ ଏବଂ କଲର ଅପ୍ସନ୍‌

ସ୍କୁଟରକୁ କିଣିବା ପାଇଁ ଯଦି ଆପଣ ଚାହୁଁଛନ୍ତି ତାହେଲେ ଗ୍ରାହକ ନୂଆ ସିମ୍ପଲ ଡଟ୍‌ ଓ୍ଵାନ୍‌ ଇ-ସ୍କୁଟରକୁ ଅନଲାଇନ୍‌ ବୁକ୍‌ କରିପାରିବେ । ଏହି ସ୍କୁଟର ସିମ୍ପଲ ଓ୍ଵାନର ଏକ ଆଫୋର୍ଡେବଲ ଭ୍ୟାରିୟଣ୍ଟ । ଏହି ଇ-ସ୍କୁଟର ବ୍ରେଜେନ୍‌ ବ୍ଲାକ, ନମ୍ମା ରେଡ, ଗ୍ରେସ୍‌ ହ୍ଵାଇଟ୍‌ ଏବଂ ଏଜ୍ୟୋର ବ୍ଲାକ ଭଳି ୪ଟି କଲର ଅପ୍ସନରେ ଉପଲବ୍ଧ । ଏହାକୁ ବ୍ରେଜେନ ଏକ୍ସ ଏବଂ ଲାଇଟ୍‌ ଏକ୍ସ ଭଳି ଦୁଇଟି ଡୁଆଲ ଟୋନ୍‌ କଲର ଅପ୍ସନରେ ଲଞ୍ଚ୍‌ କରାଯାଇଛି ।

scootyସିମ୍ପଲ ଡଟ୍‌ ଓ୍ଵାନ୍‌ ସ୍ପେସିଫିକେସନ୍‌

ସିମ୍ପଲ୍‌ ଡଟ୍‌ ଓ୍ଵାନ୍‌ ଇଲେକଟ୍ରିକ ସ୍କୁଟରରେ ଏକ ୩.୭ କିଲୋଓ୍ଵାଟର ବ୍ୟାଟେରୀ ପ୍ୟାକ୍‌ ଦିଆଯାଇଛି । ଯାହାକୁ ଥରେ ଚାର୍ଜ କଲେ ୧୫୧ କିମି ପର୍ଯ୍ୟନ୍ତ ରେଞ୍ଜ୍‌ ଦେଇଥାଏ । ଏଥିରେ ଏକ ୮.୫ କିଲୋଓ୍ଵାଟ(11.4bhp)ର ଇଲେକ୍ଟ୍ରିକ ମୋଟର ଲଗାଯାଇଛି । ଯାହା ୭୨ଏନଏମର ମ୍ୟାକ୍ସିମମ୍‌ ଟର୍କ ଜେନେରେଟ୍‌ କରିପାରେ । କମ୍ପାନୀ ଦାବି ଅନୁଯାୟୀ ଏହି ନୂଆ ଇଲେକଟ୍ରିକ ସ୍କୁଟର ୧୦୫ କିଲୋମିଟର ପ୍ରତି ଘଣ୍ଟାର ଟପ୍‌ ସ୍ପିଡ ପର୍ଯ୍ୟନ୍ତ ପହଁଚିପାରେ । ଏବଂ କେବଳ ୨.୭୭ ସେକେଣ୍ଡରେ ୦ ରୁ ୪୦ କିମି ପ୍ରତି ଘଣ୍ଟାର ସ୍ପିଡ୍‌ ଧରିପାରେ ।

ହାର୍ଡୱେୟାର

ସିମ୍ପଲ୍‌ ଡଟ୍‌ ଓ୍ଵାନରେ ଚାରିଟି ରାଇଡ ମୋଡ୍ସ ଯେମିତିକି ଇକୋ, ରାଇଡ୍‌, ଡ୍ୟାସ୍‌ ଏବଂ ସୋନିକ ଦିଆଯାଇଛି । ଏହି ଇଲେକଟ୍ରିକ୍‌ ସ୍କୁଟର ସିବିଏସ (କୋମ୍ବି-ବ୍ରେକିଙ୍ଗ୍‌ ସିଷ୍ଟମ) ସହିତ ଦୁଇଟା ଚକା ଡିସ୍କ ବ୍ରେକ ସହ ଲେସ୍‌ ରହିଛି । ଏହା ୯୦/୯୦ ସେକ୍ସନ ଟ୍ୟୁବଲେସ୍‌ ଟାୟାର ବିଶିଷ୍ଟ ୧୨ ଇଞ୍ଚର ଅଲୟ ହ୍ଵିଲ୍ସ ସହ ଲେସ୍‌ ରହିଛି । ଏହି ସ୍କୁଟରର ଗ୍ରାଉଣ୍ଟ କ୍ଲିୟରନାନ୍ସ ୧୬୪.୫ ମିମି ଏବଂ ଅଣ୍ଡର ସିଟ୍‌ ଷ୍ଟୋରେଜ୍‌ କ୍ଷମତା ୩୫ ଲିଟର ରହିଛି । ଏହାର ଓଜନ ୧୨୬ କିଲୋଗ୍ରାମ ରହିଛି ।

ଫିଚର୍ସ

କମ୍ପାନୀର ଏହି ଏଣ୍ଟ୍ରି ଲେବଲ ସ୍କୁଟର ୭ ଇଞ୍ଚ ଟଚସ୍କ୍ରୀନ୍‌ ଇନଷ୍ଟମେଣ୍ଟ ସ୍କ୍ରୀନ ସହ ଲେସ୍‌ ରହିଛିି । ଯାହା ଏଥର ୪୫୦ଏସ୍‌ ଏବଂ ଓଲା ଏସ୧ ଏୟାର ସହିତ ଏହାର ଅଧିକାଂଶ କମ୍ପ୍ଟିଟର୍ସରେ ଦେଖିବାକୁ ମିଳୁନାହିଁ । ଏହି ଇନଷ୍ଟମେଣ୍ଟ କନସୋଲକୁ ମୋବାଇଲ କନେକ୍ଟିଭିଟୀର ବି ସପୋର୍ଟ ମିଳିଥାଏ ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.