ପୁଣି ଆତଙ୍କ ଖେଳାଇଲା ଷ୍ଟୋନମ୍ୟାନ, ଖାନନଗର କାଳୀ ମନ୍ଦିର ପାଖରେ ଜଣେ ବ୍ୟକ୍ତିଙ୍କୁ ତଣ୍ଟିକାଟି ହତ୍ୟା ଉଦ୍ୟମ କରାଯାଇଛି

କଟକ(କେନ୍ୟୁଜ୍): ନିଦ ହଜେଇଛି ଷ୍ଟୋନମ୍ୟାନ୍‌। ଘଟଣାର ୩ ଦିନ ପରେ ବି ପୋଲିସ ହାତରେ ଲାଗୁନି ସାଇକୋ କିଲର୍। କଟକ ପରେ ଭୁବନେଶ୍ୱରରେ ବି ଆତଙ୍କ ଦେଖାଦେଇଛି। ଲୋକଙ୍କୁ ଭୟଭୀତ ନେହାବକୁ ସଚେତନ କରାଇବା ସହ ଗତକାଲି ରାତିରେ ନିଜେ ସିପି ସହର ସାରା ପଇଁତରା ମାରିଛନ୍ତି। ରସୁଲଗଡ଼ ଠାରୁ ଆରମ୍ଭ କରି ଚନ୍ଦ୍ରଶେଖରପୁର ପର୍ଯ୍ୟନ୍ତ ସବୁଠି ଚାଲିଥିଲା ଚେକିଂ। ଅଧା ରାତିରେ ବୁଲୁଛି ସାଇକୋ କିଲର। ଫୁଟ୍‌ପାଥ ଲୋକଙ୍କୁ ମାରୁଛି। ୪୮ଘଣ୍ଟାରେ ୩ଟି ହତ୍ୟା। ସମାନ ସମୟ, ସେମ୍‌ ଷ୍ଟାଇଲ୍‌ରେ ମର୍ଡର। ସାଇକୋ କିଲର୍‌କୁ ଧରିବା ପାଇଁ ସ୍ପେସାଲ ଟିମ୍‌ ଗଠନ କରିଛି କମିଶନରେଟ ପୋଲିସ। ଜଣେ ଅତିରିକ୍ତ ଡିସିପିଙ୍କୁ ଦାୟିତ୍ୱ ଦିଆଯାଇଛି। ଗତକାଲି ରାତିରେ ଡିସିପି ଅଖିଳେଶ୍ୱର ସିଂ ତାଙ୍କ ଟିମ୍‌ ସହ କଟକ ରେଳ ଷ୍ଟେସନ, ବସ୍‌ଷ୍ଟାଣ୍ଡ ଓ ସହରରେ ଗଳି କନ୍ଦିରେ ପାଟ୍ରୋଲିଂ କରିଥିଲେ। ହତ୍ୟାକାଣ୍ଡ ସ୍ଥାନରେ ଖୋଳତାଡ କରିଛି ସାଇଣ୍ଟିଫିକ୍‌ ଟିମ୍‌। ସିସିଟିଭି କ୍ୟାାମେରାକୁ ଯାଞ୍ଚ କରାଯାଉଛି। ସାଇକୋ କିଲର୍‌ କାରନାମା ପରେ କଟକ ସହରରେ ରାତି ୨ଟାରୁ ଭୋର୍‌ ୫ଟା ପଯ୍ୟର୍ନ୍ତ ଜୋରଦାର ପାଟ୍ରୋଲିଂ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.