ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ହତ୍ୟା ମାମଲା: ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର(କେନ୍ଯୁଜ୍) : ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ଓରଫ୍ ଗୁଡୁ ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ କରିଛି ଇନ୍‌ଫୋସିଟି ଥାନା ପୋଲିସ। ହତ୍ୟା ମାମଲାରେ ତଦନ୍ତକାରୀ ଅଧିକାରୀ ତଥା ଇନ୍‌ଫୋସିଟି ଥାନା ଆଇଆଇସି ସମିତା ମିଶ୍ର ଗିରଫ ୩ ଅଭିଯୁକ୍ତଙ୍କ ବିରୋଧରେ ଏସଡିଜେଏମ୍‌ଙ୍କ କୋର୍ଟରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିଛନ୍ତି।

ଅଭିଯୁକ୍ତମାନେ ହେଲେ, ମନୀଷଙ୍କ ସାଙ୍ଗ ତଥା ନୂଆପଲ୍ଲୀର ଅମ୍ରିତ ପ୍ରୀତମ ବିଶ୍ବାଳ, କନ୍ଧମାଳ ଅଁଳାପଡ଼ାର ଦୀନେଶ କୁମାର ମହାପାତ୍ର ଓ ପିଅନପଡ଼ାର ମୃତ୍ୟୁଞ୍ଜୟ ମିଶ୍ର ଓରଫ୍ ମୁନା। ସେମାନଙ୍କ ବିରୋଧରେ ଆଇପିସି ଦଫା-୩୬୪ (ଏ) (ଟଙ୍କା ପାଇଁ ଅପହରଣ), ୩୦୨ (ହତ୍ୟା), ୨୦୧ (ପ୍ରମାଣ ନଷ୍ଟ), ୩୪ (ସମସ୍ତ ଅଭିଯୁକ୍ତଙ୍କ ଅପରାଧ ସମାନ)ରେ ଚାର୍ଜସିଟ୍ କରାଯାଇଥିବା ସୂଚନା ମିଳିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.