ଅଭାବୀର ଛାୟା ତଳେ ଥିବା ବାପ ଛେଉଣ୍ଡ ଝିଅର କୃତିତ୍ୱ, ପରିବାରର ଭାର ସମ୍ଭାଳି ମାଟ୍ରିକ ପରୀକ୍ଷାରେ ରଖିଛି ୫୬୮ ନମ୍ବର
ପରିବାରର ଭାର ସମ୍ଭାଳିବା ସହ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୫୬୮ ନମ୍ବର ରଖି ସେ ବଡ଼ମ୍ବା ବ୍ଲକ ଟପର ହୋଇଛନ୍ତି ଶୁଭଲକ୍ଷ୍ମୀ ଧଳ । ଯାହାକୁ ନେଇ ଅଞ୍ଚଳବାସୀ ବେଶ୍ ଖୁସି ହୋଇଛନ୍ତି। ବିଭିନ୍ନ ମହଲରୁ ଶୁଭେଚ୍ଛା ସହ ଅଭିନନ୍ଦନର ସୁଅ ଛୁଟିଛି ।
ନରସିଂହପୁର(କେନ୍ୟୁଜ୍): କଠିନ ପରିଶ୍ରମ ଓ ମନୋବଳ ଆଗରେ ହାର ମାନିଛି ଦାରିଦ୍ରତା । ଏପରି ଉଦାହରଣ ଦେଖିବାକୁ ମିଳିଛି କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ରତାପାଟ ଗାଁରେ । ପରିବାରର ଭାର ସମ୍ଭାଳିବା ସହ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୫୬୮ ନମ୍ବର ରଖି ସେ ବଡ଼ମ୍ବା ବ୍ଲକ ଟପର ହୋଇଛନ୍ତି ଶୁଭଲକ୍ଷ୍ମୀ ଧଳ । ଯାହାକୁ ନେଇ ଅଞ୍ଚଳବାସୀ ବେଶ୍ ଖୁସି ହୋଇଛନ୍ତି। ବିଭିନ୍ନ ମହଲରୁ ଶୁଭେଚ୍ଛା ସହ ଅଭିନନ୍ଦନର ସୁଅ ଛୁଟିଛି ।
୪ ବର୍ଷ ତଳେ ବାପା ଆର ପାରିକୁ ଚାଲିଯାଇଥିବା ବେଳେ ବିଧବା ମା ଓ ସାନ ଭାଇକୁ ନେଇ ତାଙ୍କ ସଂସାର । ଆଗକୁ ଡାକ୍ତର ହେବାର ଲକ୍ଷ୍ୟ ରଖିଥିଲେ ବି ଦାରିଦ୍ର ସୀମାରେଖା ତଳେଥିବା ଏହି ଛାତ୍ରୀ ଜଣଙ୍କ ଆଗକୁ କିପରି ପଢ଼ିବେ ସେହି ଚିନ୍ତାରେ । ତେବେ ଏ କ୍ଷେତ୍ରରେ ଅର୍ଥ ବାଧକ ହେବନାହିଁ ଓ ସେ ପଢିବା ପାଇଁ ସରକାରଙ୍କ ତରଫରୁ ଯାହା ସାହାଯ୍ୟ ମିଳିବା କଥା ତାହା ଯୋଗାଇ ଦିଆଯିବ ବୋଲି କହିଛନ୍ତି ସ୍ଥାନୀୟ ବିଧାୟକ।