ଜାପାନାରେ ମୋଦି-ଜେଲେନ୍‌ସ୍କି ସାକ୍ଷାତ, ରୁଷ-ୟୁକ୍ରେନ ଯୁଦ୍ଧ ପରେ ପ୍ରଥମ ବ୍ୟକ୍ତିଗତ ବୈଠକ

ଜାପାନାରେ ମୋଦି-ଜେଲେନ୍‌ସ୍କି ସାକ୍ଷାତ । ରୁଷ-ୟୁକ୍ରେନ ଯୁଦ୍ଧ ପରେ ପ୍ରଥମ ବ୍ୟକ୍ତିଗତ ବୈଠକ । G7 ସମ୍ମିଳନୀ ଅବସରରେ ହିରୋସିମାରେ ପରସ୍ପରକୁ ଭେଟିଛନ୍ତି ଦୁଇ ନେତା। ମୋଦି କହିଛନ୍ତି, ୟୁକ୍ରେନ ଯୁଦ୍ଧ ବିଶ୍ୱ ପାଇଁ ବଡ଼ ପ୍ରସଙ୍ଗ । ଏହା ମୋ ପାଇଁ କେବଳ ଅର୍ଥନୀତି ଓ ରାଜନୀତିର ପ୍ରସଙ୍ଗ ନୁହେଁ। ଏହା ମାନବୀୟ ପ୍ରସଙ୍ଗ ।

 ନୂଆଦିଲ୍ଲୀ : ଜାପାନାରେ ମୋଦି-ଜେଲେନ୍‌ସ୍କି ସାକ୍ଷାତ । ରୁଷ-ୟୁକ୍ରେନ ଯୁଦ୍ଧ ପରେ ପ୍ରଥମ ବ୍ୟକ୍ତିଗତ ବୈଠକ । G7 ସମ୍ମିଳନୀ ଅବସରରେ ହିରୋସିମାରେ ପରସ୍ପରକୁ ଭେଟିଛନ୍ତି ଦୁଇ ନେତା। ମୋଦି କହିଛନ୍ତି, ୟୁକ୍ରେନ ଯୁଦ୍ଧ ବିଶ୍ୱ ପାଇଁ ବଡ଼ ପ୍ରସଙ୍ଗ । ଏହା ମୋ ପାଇଁ କେବଳ ଅର୍ଥନୀତି ଓ ରାଜନୀତିର ପ୍ରସଙ୍ଗ ନୁହେଁ। ଏହା ମାନବୀୟ ପ୍ରସଙ୍ଗ ।

ଯୁଦ୍ଧର ପରିସମାପ୍ତି ପାଇଁ ଭାରତ ଓ ମୁଁ ଯାହା ସମ୍ଭବ କରିବୁ ବୋଲି ୟୁକ୍ରେନ ରାଷ୍ଟ୍ରପତିଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ । ମୋଦିଙ୍କ ସହ କଣ ଆଲୋଚନା କରିଛନ୍ତି ସେ ନେଇ ଟ୍ଵିଟ କରି ସୂଚନା ଦେଇଛନ୍ତି ଜେଲେନସ୍କି। ୟୁକ୍ରେନ ପିସ୍‌ ଫର୍ମୂଲାରେ ଭାରତ ସାମିଲ ହେବାକୁ କହିଛନ୍ତି ଜେଲେନ୍‌ସ୍କି। ୟୁକ୍ରେନକୁ ମାନୀବୟ ସହାୟତା ପାଇଁ ଭାରତକୁ ଧନ୍ୟବାଦ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି। ଗତ ବର୍ଷ ଯୁଦ୍ଧ ଆରମ୍ଭ ହେବା ପରେ ଏକାଧିକ ଥର ପୁଟିନ୍‌ ଓ ଜେଲେନ୍‌ସ୍କିଙ୍କ ସହ ଟେଲିଫୋନ୍‌ରେ କଥା ହୋଇଛନ୍ତି ମୋଦି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.