ଭୁବନେଶ୍ୱର ଏମସ୍‌ରେ ମିଳିବ ମାଗଣା ସ୍ୱାସ୍ଥ୍ୟ ସୁବିଧା, କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଯୋଜନା ହିତାଧିକାରୀ ପାଇବେ ଫାଇଦା

ଭୁବନେଶ୍ୱର ସହ ଦେଶର ୬ଟି ଏମସ୍‌ରେ ମିଳିବ ମାଗଣା ସ୍ୱାସ୍ଥ୍ୟ ସୁବିଧା । ଭୋପାଲ, ପାଟଣା, ଯୋଧପୁର, ରାୟପୁର ଓ ରିଶିକେଶ ଏମସ୍‌ରେ ଏହି ସୁବିଧା ମିଳିବ । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଯୋଜନା ଅଧିନରେ ସାମିଲ ଥିବା ହିତାଧିକାରୀ ଏହି ସୁବିଧା ପାଇ ପାରିବେ ।

କେନ୍ୟୁଜ୍‌(ବ୍ୟୁରୋ): ଭୁବନେଶ୍ୱର ଏମସ୍‌ରେ ମିଳିବ ମାଗଣା ସ୍ୱାସ୍ଥ୍ୟ ସୁବିଧା । ଭୁବନେଶ୍ୱର ସହ ଦେଶର ୬ଟି ଏମସ୍‌ରେ ଏହି ସୁବିଧା ଉପଲବ୍ଧ ହେବ । ଏଥିରେ ରହିଛି ଭୋପାଲ, ପାଟଣା, ଯୋଧପୁର, ରାୟପୁର ଓ ରିଶିକେଶ ଏମସ୍‌ । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଯୋଜନା ଅଧିନରେ ସାମିଲ ଥିବା ହିତାଧିକାରୀ ଏହି ସୁବିଧା ପାଇ ପାରିବେ । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି । ବିଭାଗ ପକ୍ଷରୁ ଏହି ୬ଟି ଏମସ୍‌ ସହ ଚୁକ୍ତି କରାଯାଇଛି ।

ଏହି ୬ଟି ଯାକ ଏମସ୍‌ରେ ରୋଗୀ ସେବା ସୁବିଧାକୁ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଯୋଜନା ହିତାଧିକାରୀଙ୍କ ପାଇଁ ଉପଲବ୍ଧ କରାଯାଇଛି । ବିଶେଷକରି ବରିଷ୍ଠ ନାଗରିକ ଏହି ସୁବିଧାର ଫାଇଦା ପାଇପାରବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ହିତାଧିକାରୀଙ୍କୁ ଆଗୁଆ କୌଣସି ଟଙ୍କା ପୈଠ କରିବାକୁ ପଡ଼ିବ ନାହିଁ । ମନ୍ତ୍ରଣାଳୟ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଦ୍ୱାରା ହିତାଧିକାରୀ ମାଗଣାରେ ଓପିଡି, ପରୀକ୍ଷାଗାର ତଥା ଆଇପିଡିର ସୁବିଧା ପାଇ ପାରିବେ ।

ଏମସ୍‌ ପକ୍ଷରୁ  ହିତାଧିକାରୀଙ୍କୁ କ୍ରେଡିଟ ବିଲ ପ୍ରଦାନ କରାଯିବ ।  ବିଲ ତିଆରି ହେବାର ୩୦ ଦିନ ଭିତରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ଟଙ୍କା ପୈଠ କରାଯିବ । ହିତାଧିକାରୀ କେବଳ ନିଜର ପରିଚୟ ପତ୍ର ଦେଖାଇ ଏହି ସୁବିଧାର ଫାଇଦା ନେଇ ପାରିବେ । ଏହି ଯୋଜନାର ହିତାଧିକାରୀଙ୍କ ପାଇଁ ଏମସ୍‌ ପକ୍ଷରୁ ସ୍ୱତନ୍ତ୍ର ହେଲପ ଡେକ୍ସ ଖୋଲା ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.