ଆସିଲା କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁଙ୍କ ପୋଷ୍ଟମର୍ଟମ ରିପୋର୍ଟ; ଜାଣନ୍ତୁ କେମିତି ହୋଇଥିଲା ମୃତ୍ୟୁ ?

(କେନ୍ୟୁଜ): ଆସିଲା କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁଙ୍କ ପୋଷ୍ଟମର୍ଟମ ରିପୋର୍ଟ। ମାନସଙ୍କୁ ବହୁ ସମୟ ଧରି ଭୋକିଲା ରଖାଯାଇଥିଲା। ଦିଆଯାଇଥିଲା ଶାରୀରିକ ନିର୍ଯାତନା। ଲୁହା ରଡ୍‌ରେ ମାଡ ମରାଯାଇଥିଲା । ମାନସଙ୍କ ୩ଟି ପିଞ୍ଜରା ହାଡ ଭାଙ୍ଗିଯାଇଥିବା ପୋଷ୍ଟମୋର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି। ମାନସଙ୍କ ମେରୁଦଣ୍ଡରେ ଆଘାତ ଲାଗିଛି। ଦୀର୍ଘ ସମୟ ଧରି ମାଡ ମରାଯାଇଥିବାରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା।

ସେପଟେ ଖୋଲୁଛି କ୍ୟାମେରମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟାକାଣ୍ଡର ଗୁମର । ଦ୍ୱିତୀୟ ଦିନରେ ଶର୍ମିଷ୍ଠାଙ୍କ ସମେତ ୪ ଅଭିଯୁକ୍ତଙ୍କୁ ଚାଲିଛି ଘନ ଘନ ଜେରା। କେମିତି ହୋଇଥିଲା ଅପହରଣ ଓ ହତ୍ୟା। ଅଭିଯୁକ୍ତଙ୍କୁ ମୁହଁରୁ ସତ ଉଗାରୁଛି କ୍ରାଇମବ୍ରାଞ୍ଚ। ଗତକାଲି ଚାରି ଜଣଙ୍କୁ ଅଲଗା ଅଲଗା ଜେରା ହୋଇଥିଲା। ଆଜି ମୁହାଁମୁହିଁ ଜେରା ହୋଇପାରନ୍ତି ନିରଞ୍ଜନ ଓ ଶର୍ମିଷ୍ଠା।

ଘଟଣାରେ ଖୋଲିବ ଶର୍ମିଷ୍ଠା-ନିରଞ୍ଜନ ନିବିଡତାର କାହାଣୀ। କ୍ରାଇମସିନ୍‌ ରିକ୍ରିଏସନ୍‌ କରିବ କ୍ରାଇମବ୍ରାଞ୍ଚ । ଅଭିଯୁକ୍ତଙ୍କୁ ଜେରା କରିବା ପାଇଁ ୧୬ ଜଣଙ୍କୁ ନେଇ ଗଠିତ ହୋଇଛି ୪ଟି ଟିମ୍‌। ୫ ଦିନିଆ ରିମାଣ୍ଡରେ ଯାଇଛନ୍ତି ଶର୍ମିଷ୍ଠାଙ୍କ ସମେତ ୪ ଅଭିଯୁକ୍ତ । ତେବେ କ୍ୟାମେରା ଚିପ୍‌ ପାଇଁ ଏହି ଅପହରଣ ହୋଇଥିବାବେଳେ ଚିପ୍‌କୁ ଶର୍ମିଷ୍ଠା ରାଉତ ମାନସ ଠାରୁ ହାତେଇ ଥିବା ସ୍ପଷ୍ଟ ହୋଇଛି। ଫେବ୍ରୁଆରୀ ୭ ତାରିଖରେ ଚାନ୍ଦବାଲିରୁ ମାନସଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.