ଦୁର୍ନୀତି live କୁ ମହଙ୍ଗା ପଡିଲା ବରିଷ୍ଠ ବିଜେଡି ନେତାଙ୍କ ବିରୋଧରେ ୟୁଟ୍ଯୁବ୍ ଆଉ ଫେସବୁକରେ ପୋଷ୍ଟ କରିବା, ଅଭିଯୋଗ ପରେ ଏବେ ଥାନାରେ

ନବରଙ୍ଗପୁର : ଦୁର୍ନୀତି live କୁ ମହଙ୍ଗା ପଡିଲା you tube ଆଉ ଫେସବୁକ ପୋଷ୍ଟ। ଦୁର୍ନୀତି live ନା ରେ ଅସଭ୍ୟ ଭାଷା ବ୍ୟବହାର କରି ସାମାଜିକ ଗଣମାଧ୍ୟମରେ ଭିତ୍ତିହୀନ ସମ୍ବାଦ ପରିବେଷଣ କରୁଥିବା ଅଭିଯୋଗ ପରେ, ଏବେ ଥାନାରେ।

ଖବର ମୁତାବକ, ନବରଙ୍ଗପୁର ଜିଲ୍ଲାର ବରିଷ୍ଠ ବିଜେଡି ନେତା ପ୍ରହଲ୍ଲାଦ ତ୍ରିପାଠୀ ଏବଂ ତାଙ୍କ ପରିବାରକୁ ନେଇ ଗତ କିଛି ଦିନ ଧରି ଫେସବୁକ ରେ ଦୁର୍ନୀତି live ବିଭିନ୍ନ ଖବର ପୋଷ୍ଟ କରି ଆସୁଥିଲା । ଯାହାର କୌଣସି ସତ୍ୟତା ନାହିଁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ପ୍ରହଲ୍ଲାଦ ତ୍ରିପାଠୀ । ଏଭଳି ପୋଷ୍ଟ କରୁଥିବାରୁ ସମାଜରେ ତାଙ୍କ ମର୍ଯ୍ୟାଦା ହାନି ଘଟିଛି।, ଏବଂ ତାଙ୍କ ପରିବାର ମଧ୍ୟ ଏହା ଦ୍ୱାରା ମାନସିକ ଚାପରେ ରହୁଛନ୍ତି।

ତେଣୁ ସମ୍ବିଧାନ ଅନୁସାରେ କୌଣସି ତଥ୍ୟ ନଥାଇ କାହାର ମର୍ଯ୍ୟାଦା ହାନି କରିବା ଏକ ଅପରାଧ ତେଣୁ ଏଭଳି ନିନ୍ଦନୀୟ କାର୍ଯ୍ୟ କରିଥିବା ଦୁର୍ନୀତି live ପଛରେ ଥିବା ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ ଲିଖିତ ଅଭିଯୋଗ କରିଛନ୍ତି ଶ୍ରୀ ତ୍ରିପାଠୀ। ଏଭଳି ପୋଷ୍ଟ କୁ ସହରର ବହୁ ଯୁବ ଅନୁଷ୍ଠାନ ପକ୍ଷରୁ ନିନ୍ଦା କରାଯିବା ସହ ତୁରନ୍ତ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.