ପଦ୍ମପୁର : ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ବିଧାୟକ ପ୍ରଦୀପ ପୁରୋହିତଙ୍କ ଧାରଣା

ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ ନିଜ ସମର୍ଥକଙ୍କ ସହ ୩ ଦଫା ଦାବିରେ ପଦ୍ମପୁର ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ହିତାଧିକାରୀଙ୍କୁ ଶୀଘ୍ର ବୀମାରାଶି, ଇନପୁଟ ସବସିଡି ଓ ସୋହେଲା ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଧାନ କ୍ୱିଣ୍ଟାଲ ପିଛା ଚାଷୀଙ୍କୁ ଶହେ ଟଙ୍କା ଲେଖାଏଁ ତୁରନ୍ତ ପ୍ରଦାନ ପାଇଁ ସେ ଦାବି କରିଛନ୍ତି । ତାଙ୍କ ସହିତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ, ରାଜବୋଡ଼ାସମ୍ବର ବ୍ଲକ ଅଧ୍ୟକ୍ଷ କୁମରମଣି ନାଏକ, ବିଜେପି ଆଦିବାସୀ ମୋର୍ଚ୍ଚା ରାଜ୍ୟ ସଂପାଦକ ଗୋବର୍ଦ୍ଧନ ଭୁଏ, ଶିବାଜୀ ମହାନ୍ତି ପ୍ରମୁଖ ଧାରଣା ଦେଇଛନ୍ତି । ଦାବି ପୂରଣ ନହେବା ଯାଏ ଧାରଣାରୁ ହଟିବେ ନାହିଁ ବୋଲି ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.