ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ଚିଠି, ବିଧାନସଭାର ସମସ୍ତ କାର୍ଯ୍ୟାବଳୀ ଓଡ଼ିଆ ଭାଷାରେ ସମ୍ପାଦନ ପାଇଁ ପ୍ରସ୍ତାବ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ଚିଠି । ବିଧାନସଭାର ସମସ୍ତ କାର୍ଯ୍ୟାବଳୀ ଓଡ଼ିଆ ଭାଷାରେ ସମ୍ପାଦନ ପାଇଁ ପ୍ରସ୍ତାବ ଦେଇଛନ୍ତି । ବିରୋଧୀ ଦଳ ନେତା କହିଛନ୍ତି, ବିଧାନସଭା ଗୃହର ଅନେକ ବିଭାଗୀୟ କମିଟି ରହିଛି, ଯେଉଁମାନଙ୍କ ରିପୋର୍ଟ ଓଡ଼ିଆ ଭାଷାରେ ପ୍ରକାଶିତ ହୁଏ ନାହିଁ । ଅନେକ ବିଚାର ବିଭାଗୀୟ ରିପୋର୍ଟ, ବିଭାଗୀୟ ଖର୍ଚ୍ଚ ଦାବି, କମିଶନ୍‌ ରିପୋର୍ଟ, ଅଧ୍ୟାଦେଶ ଆଦି ଓଡ଼ିଆ ଭାଷାରେ ଉପସ୍ଥାପିତ ହେଉନାହିଁ । ଭାରତ ସ୍ୱାଧୀନ ହେବାର ୭୨ ବର୍ଷ ପରେ ବି ଓଡ଼ିଶା ଉଚ୍ଚନ୍ୟାୟାଳୟ ଓ ଅନ୍ୟ ସମସ୍ତ ଅଦାଲତରେ ଇଂରାଜୀ ଭାଷାରେ ବିଚାର ବିଭାଗୀୟ କାର୍ଯ୍ୟ କରାଯାଉଛି । ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଇଂରାଜୀ ସହିତ ଓଡ଼ିଆ ଭାଷାକୁ ଅତିରିକ୍ତ ଭାଷା ଭାବେ ପ୍ରଚଳନ କରିବା ଦିଗରେ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ । ଯଥାଶୀଘ୍ର ସମସ୍ତ ସରକାରୀ କାର୍ଯ୍ୟ, ବିଚାର ବିଭାଗୀୟ ଓ ବିଧାନସଭା କାର୍ଯ୍ୟକ୍ରମରେ ଓଡ଼ିଆ ଭାଷାରେ ଯେପରି ସମ୍ପାଦନ ହୋଇପାରିବ ସେନେଇ ପଦକ୍ଷେପ ଗ୍ରହଣ କରିବାକୁ ଚିଠି ଲେଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.