Below header

ବୌଦ୍ଧ ଗୁଦୁଗୁଦାରେ ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା, ୨ ଡ୍ରାଇଭର ମୃତ

ବୌଦ୍ଧ(କେନ୍ୟୁଜ୍): ବୌଦ୍ଧ ଜିଲ୍ଲା ଗୁଦୁଗୁଦାରେ ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା । କୋଇଲା ବୋଝେଇ ଟ୍ରକ୍ ଓ ପରିବା ବୋଝେଇ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଦୁଇ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ହେଲପର ଆହତ ହୋଇଛନ୍ତି । ମୃତକ ହେଲେ ବୌଦ୍ଧ ଚାରିଛକର ଉତ୍ତମ ସାହୁ ଓ ଖୋର୍ଦ୍ଧା ପିଚୁକୁଳିର କୁନା ମାଣିକ । ସୂଚନା ଅନୁସାରେ ପରିବା ବୋଝେଇ ଟ୍ରକ୍ ବରଗଡ଼ରୁ ଭୁବନେଶ୍ୱର ଯାଉଥିବା ସମୟରେ ଗୁଦୁଗୁଦାଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣାସ୍ଥଳରେ ମନମୁଣ୍ଡା ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ଆହତଙ୍କୁ ମନମୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.