ଆସନ୍ତା ୨୩ ଓ ୨୪ରେ ଇକୋ ରିଟ୍ରିଟ୍‌ରେ ହେବ ସମ୍ମିଳନୀ, ବିଭିନ୍ନ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀଙ୍କ ହେବେ ସାମିଲ୍

ପୁରୀ: ଇକୋ ରିଟ୍ରିଟ୍‌ର ଆତିଥ୍ୟରେ ସାମିଲ ହେବେ ବିଭିନ୍ନ ରାଜ୍ୟର ସଂସ୍କୃତି ମନ୍ତ୍ରୀ ଓ ସଂସ୍କୃତି ସଚିବ । ସେମାନେ ଦେଖିବେ ଓଡ଼ିଶା ବେଳାଭୂମିରେ ପଞ୍ଚ ତାରକା ହୋଟେଲର ସୁବିଧା । ଏତେବଡ ଆୟୋଜନ କିଭଳି ସଫଳ ହୋଇଛି, ତାକୁ ପରଖିବେ ମନ୍ତ୍ରୀ ଓ ସଚିବ । ଚନ୍ଦ୍ରଭାଗା ରାମଚଣ୍ଡୀ ବେଳାଭୂମୀରେ ଚାଲିଥିବା ଇକୋ ରିଟ୍ରିଟ୍‌ରେ ୨୩ ଓ ୨୪ ତାରିଖରେ ହେବ ସମ୍ମିଳନୀ । ଏଥିରେ ବିଭିନ୍ନ ରାଜ୍ୟର ମନ୍ତ୍ରୀ ଓ ସଚିବ ମାନଙ୍କୁ ଡକାଯାଇଛି । ସେମାନେ ମଧ୍ୟ ଏଥିରେ ଯୋଗଦେବେ ବୋଲି ସହମତି ଜଣାଇଛନ୍ତି ।

ରାମଚଣ୍ଡୀରେ ମୁହାଣରେ ଚାଲିଥିବା ଇକୋ ରିଟ୍ରିଟ୍‌ରେ ଏପର୍ଯ୍ୟନ୍ତ ବହୁ ସଂଖ୍ୟାରେ ଦେଶୀ ବିଦେଶୀ ପର୍ଯ୍ୟଟକ ରହିବା ସହ ଏହାର ଆନନ୍ଦ ଉଠାଇଛନ୍ତି । ଏହାପରେ ଆଇଏଏସ ଅଧିକାରୀ ମାନେ ରାତ୍ରୀଯାପନ କରିବା ସହ ଜିଲ୍ଲାପାଳ ସମ୍ମିଳନୀରେ ଓଡ଼ିଶାର ବିକାଶକୁ ନେଇ ମାନସ ମଂଥନ କରିଥିଲେ । ଏବେ ଫୋକସରେ ଅନ୍ୟ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ । ଏମାନେ ଆସିବା ପରେ ସେହି ରାଜ୍ୟର ପର୍ଯ୍ୟଟକ କିଭଳି ଓଡ଼ିଶା ଆସିବେ ସେ ନେଇ ଆଲୋଚନା ହେବ । ଅନ୍ୟପଟେ ଓଡ଼ିଶା ପର୍ଯ୍ୟଟନ ବିଭାଗର ଏହି ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି ପର୍ଯ୍ୟଟକ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.