ଅଜି ହେଉଛି ଜନନାୟକ ସ୍ୱର୍ଗତ ପ୍ରଦ୍ୟୁମ୍ନ ବଳଙ୍କ ୮୭ ତମ ଜୟନ୍ତୀ, କିସ ପରିସରରେ ପାଳିତ ହେଲା ସ୍ମୃତି ସଭା

ଭୁବନେଶ୍ବର(କେନ୍ୟୁଜ୍):  ବିଶିଷ୍ଟ ସାମ୍ବାଦିକ, ଦୈନିକ ଖବରକାଗଜ ପ୍ରଗତିବାଦୀର ପ୍ରତିଷ୍ଠାତା ତଥା ଜନନାୟକ ସ୍ୱର୍ଗତ ପ୍ରଦ୍ୟୁମ୍ନ ବଳଙ୍କ ୮୭ ତମ ଜୟନ୍ତ୍ରୀ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନସେସ କିସ୍‌ ପରିସରରେ ପାଳିତ ହୋଇଛି । ଏହି ଅବସରରେ ଆୟୋଜିତ ସ୍ମୃତି ସଭାରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ, ସମ୍ପାଦକ ଆର.ଏନ. ଦାଶ, କିସ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ପି.କେ.ରାଉତରାୟ, ନିର୍ଦ୍ଦେଶକ ଡ. ପି.କେ.ଦାଶ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସ୍ୱର୍ଗତ ବଳଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ତାଙ୍କର ସ୍କୃତିଚାରଣ କରିଥିଲେ । ସ୍ୱର୍ଗତ ବଳଙ୍କ ପରି ନିର୍ଭିକ, ସ୍ୱଷ୍ଯବାଦୀ ଓ ନୀତିବାନ ହେବାକୁ ଅତିଥିମାନେ ଉପସ୍ଥିିତ କିସ୍‌ର ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ସ୍ୱର୍ଗତ ବଳ ସର୍ବଦା ସମାଜର ଅବହେଳିତ, ଗରିବ ଓ ଜନଜାତିଙ୍କ ଉନ୍ନତି କଥା ଚିନ୍ତା କରୁଥିବା ଡକ୍ଟର ସାମନ୍ତ କହିଥିଲେ । ଏଥିପାଇଁ ସେ ତାଙ୍କର ଖବରକାଗଜ ପ୍ରଗତିବାଦୀରେ ନିଜର ଲେଖନୀ ଚାଳନା କରୁଥିଲେ । କିସ୍‌ ପ୍ରତି ତାଙ୍କ ଆଶୀର୍ବାଦ ସବୁବେଳେ ରହିଥାଉ ବୋଲି ଡକ୍ଟର ସାମନ୍ତ କହିଥିଲେ । ଆଜି ସକାଳେ ପ୍ରଦ୍ୟୁମ୍ନ ବଳ ମେମୋରିଆଲ ହସପିଟାଲ କିମ୍‌ସ ପରିସରରେ ଥିବା ସ୍ୱର୍ଗତ ବଳଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ପୁଷ୍ପାଘ୍ୟ ପ୍ରଦାନ ପୂର୍ବକ ପ୍ରତିଷ୍ଠାତା ଡକ୍ଟର ସାମନ୍ତଙ୍କ ସମେତ ହସ୍ପିଟାଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡା. ବିଷ୍ଠୁ ପାଣିଗ୍ରାହୀ, କିମ୍‌ସ ମେଡିକାଲ କଲେଜ ଅଧ୍ୟକ୍ଷ ମେଜର ଜେନେରାଲ ଡା. ପି.କେ.ପଟ୍ଟନାୟକ, ପଞ୍ଚାନନ ପରିଡା, ଦିଲ୍ଲୀପ ପଣ୍ଡା ଓ କେ.ପି. ଦ୍ୱିବେଦୀ ପ୍ରମୁଖ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.