କୋଲକତା SRFTI ରେ ପ୍ରମୋଦ ପତି ସିନେମା ଆର୍ଟ ଏଣ୍ଡ ଟେକ୍ନୋଲୋଜି ମ୍ୟୁଜିୟମ” ପ୍ରତିଷ୍ଠା

କୋଲକତା SRFTI ରେ ଚଳଚ୍ଚିତ୍ର ନିର୍ମାଣ ପ୍ରତି ସମର୍ପିତ ବ୍ୟକ୍ତିତ୍ଵ ପ୍ରମୋଦ ପତିଙ୍କ ନାଁରେ ନାମିତ "ପ୍ରମୋଦ ପତି ସିନେମା ଆର୍ଟ ଏଣ୍ଡ ଟେକ୍ନୋଲୋଜି ମ୍ୟୁଜିୟମ" ପ୍ରତିଷ୍ଠା ହୋଇଛି ।

କୋଲକତା SRFTI ରେ ଚଳଚ୍ଚିତ୍ର ନିର୍ମାଣ ପ୍ରତି ସମର୍ପିତ ବ୍ୟକ୍ତିତ୍ଵ ପ୍ରମୋଦ ପତିଙ୍କ ନାଁରେ ନାମିତ “ପ୍ରମୋଦ ପତି ସିନେମା ଆର୍ଟ ଏଣ୍ଡ ଟେକ୍ନୋଲୋଜି ମ୍ୟୁଜିୟମ” ପ୍ରତିଷ୍ଠା ହୋଇଛି । କୋଲକତା ଏସଆରଏଫଟିଆଇର ନିର୍ଦେଶକ ତଥା ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆଙ୍କ ଦିଗଦର୍ଶନରେ ପ୍ରତିଷ୍ଠା ହୋଇଥିବା ଏହି ମ୍ୟୁଜିୟମରେ ଚଳଚ୍ଚିତ୍ର ସମ୍ବନ୍ଧୀୟ ବହୁ ପ୍ରାଚୀନ ସରଞ୍ଜାମକୁ ସଂରକ୍ଷିତ କରାଯାଇଛି।

ଯାହାଦ୍ୱାରା ଅତିତ ଓ ବର୍ତ୍ତମାନ ଚଳଚ୍ଚିତ୍ର ମଧ୍ୟରେ ପରିଚିତି ସୃଷ୍ଟି କରିବା ସହ ଭବିଷ୍ୟତ ପାଇଁ ଅନୁପ୍ରେରଣା ଯୋଗାଇବ । ଏହି ମ୍ୟୁଜିୟମକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ବିଭାଗ ଅତିରିକ୍ତ ସଚିବ ନୀର୍ଜା ଶେଖର ଓ ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ ପ୍ରମୁଖ ପରିଦର୍ଶନ କରିଥିଲେ। ଏହା ସହିତ ପ୍ରାଚୀନ ଚଳଚ୍ଚିତ୍ରକୁ ନେଇ ଏକ ଉତ୍ସବ “ଅର୍କୁରିଆ” ଆରମ୍ଭ ହୋଇଛି। ଏହା ୨୨ତାରିଖ ପର୍ଯ୍ୟନ୍ତ ଚାଲିବ। ମୋଟ ୧୮ଟି ସିନେମା ମଧ୍ୟରେ ଓଡ଼ିଆ ଚଳଚ୍ଚିତ୍ର “ଶୂନ୍ୟ ସ୍ୱରୂପ”ପରିବେଷିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.