ଆଜମେର ଠାରେ ଟ୍ରେନ୍ ଦୁର୍ଘଟଣା, ୪ଟି ଡବା ଲାଇନଚ୍ୟୁତ

ପୁଣି ଟ୍ରେନ୍ ଦୁର୍ଘଟଣା । ରାଜସ୍ଥାନର ଆଜମେର ଠାରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି ।

ପୁଣି ଟ୍ରେନ୍ ଦୁର୍ଘଟଣା । ରାଜସ୍ଥାନର ଆଜମେର ଠାରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଶାବରମତି-ଆଗ୍ରା କେଣ୍ଟସୁପରଫାଷ୍ଟ ଟ୍ରେନ୍ ମଦାର ଷ୍ଟେସନ୍ ପୂର୍ବରୁ ଲାଇନଚ୍ୟୁତ ହୋଇଛି । ଏହି ଟ୍ରେନଟି ଏକ ମାଲଗାଡ଼ି ସହ ଧକ୍କା ହେବା ଫଳରେ ୪ଟି ଡବା ଲାଇନଚ୍ୟୁତ ହୋଇଛି । ଡବାଗୁଡ଼ିକ ରେଳଧାରଣା ପାର୍ଶ୍ବରେ ଥିବା ଖୁଣ୍ଟରେ ବାଡ଼େଇ ହୋଇ ଯାଇଥିଲା । ଧକ୍କା ଏତେ ଜୋରଦାାରା ଥିଲା ଯେ ରେଳ ଧାରଣା ଖଣ୍ଡ ଖଣ୍ଡ ହୋଇ ଯାଇଥିଲା । ତେବେ ଦୁର୍ଘଟଣାରେ ସେଭଳି କିଛି ବଡ଼ ଧରଣର କ୍ଷୟକ୍ଷତି ହୋଇନାହିଁ । ରେଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.