ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ୮ ଦିନିଆ ବିଦେଶ ଗସ୍ତରେ ଯିବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ବାଲେଶ୍ବର (କେନ୍ୟୁଜ୍) : ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ୮ ଦିନିଆ ବିଦେଶ ଗସ୍ତରେ ଯିବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଏହି ଗସ୍ତରେ ଆଫ୍ରିକାର ବେନିନ୍, ଗାମ୍ବିଆ ଗଣରାଜ୍ୟ ଓ ଗୁଇନିଆ ଗଣରାଜ୍ୟକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ପଶ୍ଚିମବଙ୍ଗ ସାଂସଦ ଦିଲୀପ ଘୋଷ ମଧ୍ୟ ଆଫ୍ରିକା ଗସ୍ତରେ ଯିବେ । ଏହି ଗସ୍ତ ପରେ ଆଫ୍ରିକା ଓ ଭାରତ ମଧ୍ୟରେ ସୁସମ୍ପର୍କ ସ୍ଥାପନ ହୋଇପାରିବ । ପୂର୍ବରୁ ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ଅଭିଭାଷଣ ଦେଇ ଦେଶ ବିଦେଶରେ ଚର୍ଚ୍ଚିତ ଚେହେରା ପାଲଟିଥିଲେ ପ୍ରତାପ ଷଡଙ୍ଗୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.