Below header

ରାସ୍ତା ନଥିବାରୁ ବନ୍ୟା ପାଣିରେ ପଶି ଷ୍ଟ୍ରେଚରରେ ବୁହା ହେଲେ ପ୍ରସୂତି

ନୂଆପଡ଼ା (କେନ୍ୟୁଜ୍) : ପୁଣି ଜନନୀ ଯନ୍ତ୍ରଣା। ରାସ୍ତା ନଥିବାରୁ ଉଛୁଳା ନଦୀରେ ଷ୍ଟ୍ରେଚରରେ ବୁହା ହେଲେ ପ୍ରସୂତି। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ମାଓ ପ୍ରବଣ ଚିତାରାମା ଗାଁରେ ଏହି ଘଟଣା ଦେଖିବାକୁ ମିଳିଛି। ଗାଁର ଧବଳେଶ୍ୱର ଚିନ୍ଦାଙ୍କ ପତ୍ନୀଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ଲୋକ ତାଙ୍କୁ ହସ୍ପିଟାଲ ନେବାକୁ ବାହାରିଥିଲେ। ତିନି କିଲୋମିଟର ଷ୍ଟ୍ରେଚରରେ ବୋହି ଉଦନ୍ତୀ ନଦୀ ପର‌୍ୟ୍ୟନ୍ତ ଆସିଥିଲେ। ପରେ ତାଙ୍କୁ ନଦୀ ପାର କରାଇଥିଲେ। ସେଠାରୁ ଆମ୍ବୁଲାନ୍ସରେ ଆଣି ସିନାପାଲି ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.