Below header

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଜୟପାଲ ରେଡ୍ଡିଙ୍କ ପରଲୋକ

ନୂଆଦିଲ୍ଲୀ (କେନ୍ୟୁଜ୍) : ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଜୟପାଲ ରେଡ୍ଡି । ୭୭ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । କିଛି ଦିନ ହେବ ସେ ଅସୁସ୍ଥ ଥିଲେ । ଗତକାଲି ତାଙ୍କୁ ହାଇଦ୍ରାବାଦ ସ୍ଥିତ ଆଇଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ରାତି ପାଖାପାଖି ୨ଟା ୩୦ରେ ଜୟପାଲଙ୍କ ଦେହାନ୍ତ ହୋଇଛି । ୧୬ ଜାନୁଆରୀ ୧୯୪୨ ମସିହାରେ ହାଇଦ୍ରାବାଦର ମଦଗୁଲରେ ସେ ଜନ୍ମଗ୍ରହଣ କରିଥିଲେ । ୧୫ ତମ ଲୋକସଭାରେ ସେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଥିଲେ । ୧୯୯୮ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦ୍ର କୁମାର ଗୁଜରାଲଙ୍କ କ୍ୟାବିନେଟ୍ରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଦାୟିତ୍ୱ ସମ୍ଭାଳିଥିଲେ । ଜୟପାଲଙ୍କ ବିୟୋଗରେ କଂଗ୍ରେସ ନେତାଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.