ଗାଁକୁ ରାସ୍ତା ନଥିବାରୁ ପୁଣି ଖଟିଆରେ ବୁହାହେଲେ ପ୍ରସୂତି

ନୂଆପଡ଼ା (କେନ୍ୟୁଜ୍) : ପୁଣି ଜନନୀ ଯନ୍ତ୍ରଣା । ଗାଁକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିନପାରି ଖଟିଆରେ ବୁହା ହେଲେ ପ୍ରସୂତି। ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଖଡିଆଳ ବ୍ଲକ୍ ସମାଡ଼ପଦର ଗାଁରେ। ଗତ ରାତିରେ ପ୍ରମିଳା ମାଝୀ ନାମକ ଜଣେ ମହିଳା ଗର୍ଭ ଯନ୍ତ୍ରଣା ହେବାରୁ ଖଡ଼ିଆଳ ଡାକ୍ତରଖାନାକୁ ନେବାକୁ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ହେଲେ ଗାଁକୁ ରାସ୍ତା ନଥିବାରୁ ଅଧ ବାଟରେ ଆମ୍ବୁଲାନ୍ସ ଗାଡ଼ି ଅଟକି ରହିଥିଲା। ଏହାପରେ ଖଟିଆରେ ବୋହିନେଇଥିଲେ ପରିବାର ଲୋକେ। ଦୀର୍ଘ ୪ କିମି ରାସ୍ତା ଆସିବା ପରେ ବାଟରେ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ ମହିଳା। ପରେ ପରିବାର ଲୋକେ ପୁଣି ମା ଓ ଶିଶୁ କନ୍ୟାକୁ ଖଟିଆରେ ବୋହି ନିଜ ଗାଁ ସମାଡ଼ପଦରକୁ ଫେରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.