କାଲିଠୁ କାର୍ତ୍ତିକ ପଞ୍ଚକ ବ୍ରତ: ଧବଳେଶ୍ୱରଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ବ୍ୟାପକ ପ୍ରସ୍ତୁତ

ରାତି ପାହିଲେ ପଞ୍ଚକ । ମହା କାର୍ତ୍ତିକ ମାସର ଶେଷ ପର୍ଯ୍ୟାୟରେ ଏହି ମହାନ୍ ପର୍ବ ପାଇଁ ଶ୍ରୀ ଶ୍ରୀ ଧବଳେଶ୍ଵର ପୀଠରେ ପ୍ରସ୍ତୁତି ଏବେ ଶେଷ। ଶୃଙ୍ଖଳିତ ଦର୍ଶନ ପାଇଁ କଂକ୍ରିଟ ସେତୁ ଠାରୁ ଆରମ୍ଭ କରି ମନ୍ଦିର ପର୍ଯ୍ୟନ୍ତ ଧାଡି ଦର୍ଶନ କରିବା ପାଇଁ ବ୍ୟାରିକେଟ୍ ସହ ବ୍ୟାପକ ପ୍ରସ୍ତୁତି ବ୍ୟବସ୍ଥା ସବୁ ପ୍ରାୟତଃ ପ୍ରସ୍ତୁତ ହୋଇ ଗଲାଣି।

ଆଠଗଡ଼ (କେନ୍ୟୁଜ): ରାତି ପାହିଲେ ପଞ୍ଚକ । ମହା କାର୍ତ୍ତିକ ମାସର ଶେଷ ପର୍ଯ୍ୟାୟରେ ଏହି ମହାନ୍ ପର୍ବ ପାଇଁ ଶ୍ରୀ ଶ୍ରୀ ଧବଳେଶ୍ଵର ପୀଠରେ ପ୍ରସ୍ତୁତି ଏବେ ଶେଷ। ଶୃଙ୍ଖଳିତ ଦର୍ଶନ ପାଇଁ କଂକ୍ରିଟ ସେତୁ ଠାରୁ ଆରମ୍ଭ କରି ମନ୍ଦିର ପର୍ଯ୍ୟନ୍ତ ଧାଡି ଦର୍ଶନ କରିବା ପାଇଁ ବ୍ୟାରିକେଟ୍ ସହ ବ୍ୟାପକ ପ୍ରସ୍ତୁତି ବ୍ୟବସ୍ଥା ସବୁ ପ୍ରାୟତଃ ପ୍ରସ୍ତୁତ ହୋଇ ଗଲାଣି। ସ୍ଥାୟୀ କଂକ୍ରିଟି ସେତୁ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ କେମିତି ଶୃଙ୍ଖଳିତ କରିବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ଆଜି ମକ୍ଡ୍ରିଲ କରାଯାଇଛି।

ସେଥିପାଇଁ ଦେବତ୍ତୋର ବିଭାଗ ପକ୍ଷରୁ କଂକ୍ରିଟ୍ ସେତୁ ଠାରୁ ମନ୍ଦିର ବେଢା ପର୍ଯ୍ୟନ୍ତ ସଂପୂର୍ଣ୍ଣ ବ୍ୟାରିକେଟ କରାଯାଇଛି। ରାତି ୪ଟାରୁ ନୀତିକାନ୍ତି ସଂପୂର୍ଣ୍ଣ କରାଯାଇ ସର୍ବସାଧାରଣ ଦର୍ଶନ ପାଇଁ ଦ୍ବାରା ଫିଟାଯିବା ସହ ଶାନ୍ତି ଶୃଙ୍ଖଳାର ସହ ଦର୍ଶନ ପାଇଁ ପୂଜକ ସମିତି ପକ୍ଷରୁ କୁହାଯାଇଛି। ବାବା ଧବଳେଶ୍ଵରଙ୍କ ବଡଓଷା ଓ ପଞ୍ଚକ ଯାତ୍ରା ପାଇଁ ସଜେଇ ହୋଇଛି ମନ୍ଦିର ସହ ମନ୍ଦିର ବେଢା ।

ସେପଟେ ଚଳିତି ବର୍ଷ ସ୍ଥାୟୀ କଂକ୍ରିଟ ସେତୁ ପାଲଟିଛି ଅତ୍ୟାଧିକ ଜନ ସମାଗମର ପ୍ରମୁଖ କାରଣ। ସେଥି ପାଇଁ ଶୃଙ୍ଖଳିତ ଯାତ୍ରା ଶେଷ କରିବା ପୋଲିସ୍ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିବ। ମଧୁସୂଦନ ସେତୁ ନିର୍ମାଣ ପରେ ଟ୍ରାଫିକ ନିୟନ୍ତ୍ରଣ ମଧ୍ୟ ଆଉ ଏକ ସମସ୍ୟା। ତେଣୁ ପଞ୍ଚୁକ ପାଞ୍ଚ ଦିନ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଓ ଭାବାବେଗକୁ ଦୃଷ୍ଟି ରେ ରଖି ଏକକ ଯାତାୟତ ବ୍ୟବସ୍ଥା ସହ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କଟକ ଗ୍ରାମାଞ୍ଚଳ ଏସପି ମିହିର କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ୩ ଜଣ ଆଡିସନାଲ ଏସ୍ ପି, ୮ ଜଣ ଡିଏସପି,୧୬ ଜଣ ଇନ୍ସପେକ୍ଟର, ୪୫ ଜଣ ସଵ ଇନ୍ସପେକ୍ଟର ଙ୍କ ସହିତ ୧୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏଥିସହିତ ଓଡ୍ରାଫ,ଏନ୍ ଡି ଆର ଏଫ,ଓ ଅଗ୍ନିଶମ ବିଭାଗ ମଧ୍ୟ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ନିୟୋଜିତ ରହିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.