Below header

ବନ୍ଧା ହେଲେ ଲାଞ୍ଚୁଆ ଏସ୍ଆଇ, ୧୫ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରିଲା ଭିଜିଲାନ୍ସ

ବନ୍ଧା ହେଲେ ଲାଞ୍ଚୁଆ ଏସ୍ଆଇ । ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ସବ୍ ଇନସ୍ପେକ୍ଟର ବିକ୍ରମ ଦେହୁରୀ ଗିରଫ । ୧୫ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରିଥିଲା ଭିଜିଲାନ୍ସ । ଫୋନ୍ ପେ’ ଜରିଆରେ ନେଇଥିଲେ ଟଙ୍କା ।

ବୌଦ୍ଧ (କେନ୍ୟୁଜ): ବନ୍ଧା ହେଲେ ଲାଞ୍ଚୁଆ ଏସ୍ଆଇ । ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ସବ୍ ଇନସ୍ପେକ୍ଟର ବିକ୍ରମ ଦେହୁରୀ ଗିରଫ । ୧୫ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରିଥିଲା ଭିଜିଲାନ୍ସ । ଫୋନ୍ ପେ’ ଜରିଆରେ ନେଇଥିଲେ ଟଙ୍କା ।

ଜବତ ହୋଇଥିବା ବାଇକକୁ ଛାଡ଼ିବାକୁ ଜଣେ ବ୍ୟକ୍ତିଙ୍କୁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଟଙ୍କା ଫୋନ୍ ପେ ଜରିଆରେ ଦେବାକୁ କହିଥିଲେ ଏସ୍ଆଇ । ବ୍ୟକ୍ତି ଜଣକ କଲ୍ ରେକର୍ଡ କରି ଭିଜିଲାନ୍ସ ଅଧିକାରୀଙ୍କୁ ଜଣାଇବା ସହ ଫୋନ୍ ପେ ପେମେଣ୍ଟର ସ୍କ୍ରିନ୍ ସଟ୍ ଦେଇଥିଲେ । ପରେ ତଦନ୍ତ କରି ଏସ୍ଆଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.