ଜମ୍ମୁ-କାଶ୍ମୀର: ରାଜୌରୀରେ ଆତଙ୍କବାଦୀଙ୍କ ସହ ମୁକାଲିବାରେ ସେନା ଅଧିକାରୀଙ୍କ ସମେତ ୨ ସହିଦ

ଜମ୍ମୁ-କାଶ୍ମୀରର ରାଜୌରୀ ଜିଲ୍ଲାରେ ବୁଧବାର ଆତଙ୍କବାଦୀଙ୍କ ସହ ମୁକାବିଲାରେ ଦୁଇ ଭାରତୀୟ ଯବାନ ସହିଦ ହୋଇଛନ୍ତି। ସୁରକ୍ଷା ବାହିନୀ ଦୁଇ ଆତଙ୍କବାଦୀଙ୍କୁ ଘେରି ରହିଥିବା ପୋଲିସ ସୂଚନା ଦେଇଛି।

ଜମ୍ମୁ-କାଶ୍ମୀରର ରାଜୌରୀ ଜିଲ୍ଲାରେ ବୁଧବାର ଆତଙ୍କବାଦୀଙ୍କ ସହ ମୁକାବିଲାରେ ଦୁଇ ଭାରତୀୟ ଯବାନ ସହିଦ ହୋଇଛନ୍ତି। ସୁରକ୍ଷା ବାହିନୀ ଦୁଇ ଆତଙ୍କବାଦୀଙ୍କୁ ଘେରି ରହିଥିବା ପୋଲିସ ସୂଚନା ଦେଇଛି।

ପୋଲିସ ସୂଚନା ମୁତାବକ, ଧର୍ମସାଲର ବାଜିମାଲ ଅଞ୍ଚଳରେ ସେନା ଓ ଜମ୍ମୁ-କାଶ୍ମୀର ପୋଲିସର ମିଳିତ କର୍ଡନ ଏବଂ ସର୍ଚ୍ଚ ଅପରେସନ ସମୟରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟର ଆରମ୍ଭ ହୋଇଥିଲା।

ଅଧିକାରୀ କହିଛନ୍ତି ଯେ ଏହି ଏନକାଉଣ୍ଟରରେ ଜଣେ ସେନା ଅଧିକାରୀ ଏବଂ ଜଣେ ଯବାନ ସହିଦ ହୋଇଛନ୍ତି। ଅନ୍ୟ ଜଣେ ସୁରକ୍ଷା କର୍ମୀ ଏଥିରେ ଆହତ ହୋଇଛନ୍ତି। ଆହତ ସୈନିକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବୁଧବାର ସକାଳେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା। ସୂଚନା ମୁତାବକ, ଧର୍ମସାଲର ବାଜିମାଲ ଜଙ୍ଗଲ ଅଞ୍ଚଳରେ ସକାଳେ ଆତଙ୍କବାଦୀମାନେ ଲୁଚି ରହିଥିବା ବିଷୟରେ ଗୁପ୍ତ ସୂଚନା ମିଳିଥିଲା। ଏହାପରେ ପୋଲିସ ଏବଂ ସୁରକ୍ଷା ବାହିନୀର ଏକ ଟିମ୍ ଅଞ୍ଚଳକୁ ଘେରି ରହି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।

ଯେମିତି ଟିମ୍‌ ସନ୍ଦିଗ୍ଧ ଜାଗାରେ ପହଞ୍ଚିଥିଲା, ଲୁଚି ରହିଥିବା ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଏହାପରେ ସେନା ଏବଂ ପୋଲିସ ମଧ୍ୟ ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଏହି ଏନକାଉଣ୍ଟରରେ ସେନାର ମେଜର ର‍୍ୟାଙ୍କ୍‌ର ଅଧିକାରୀ ଏମ୍‌.ଭି. ପ୍ରାଞ୍ଜିଲ ଓ ଜଣେ ସୈନିକ ପ୍ରାଣ ହରାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.