କେବେ ଖାଇଛନ୍ତି କି ଅଟା ଓ ମ୍ୟାଗିର କଟ୍‌ଲେଟ୍‌ ? ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

ଆଜି ଆମେ ଆପଣଙ୍କୁ ଜଣାଇବୁ କିପରି ଏହି ନୂଆ ପ୍ରକାରର କଟ୍‌ଲେଟ୍‌ ପ୍ରସ୍ତୁତି କରିବେ । ଏହି କଟ୍‌ଲେଟ୍‌ ଖାସ୍‌ ଭାବେ ପିଲାମାନଙ୍କୁ ବହୁତ ପସନ୍ଦ ଆସିବ । ଏହି ରେସିପ୍‌ ପ୍ରସ୍ତୁତି କରିବା ଯେତିକି ସହଜ, ଖାଇବା ପାଇଁ ମଧ୍ୟ ସେତିକି ସ୍ୱାଦିଷ୍ଟ ।

ଆପଣମାନେ ଅଟାରେ ଅନେକ ପ୍ରକାରର ରେସିପ୍‌ ପ୍ରସ୍ତତୁ କରିଖାଇଥିବେ । ହେଲେ କେବେ ଅଟା ଓ ମ୍ୟାଗିରେ ତିଆରି ହୋଇଥିବା କଟ୍‌ଲେଟ୍‌ ଖାଇଛନ୍ତି କି ? ସେଥିପାଇଁ ଆଜି ଆମେ ଆପଣଙ୍କୁ ଜଣାଇବୁ କିପରି ଏହି ନୂଆ ପ୍ରକାରର କଟ୍‌ଲେଟ୍‌ ପ୍ରସ୍ତତୁ କରିବେ । ଏହି କଟ୍‌ଲେଟ୍‌ ଖାସ୍‌ ଭାବେ ପିଲାମାନଙ୍କୁ ବହୁତ ପସନ୍ଦ ଆସିବ । ଏହି ରେସିପ୍‌ ପ୍ରସ୍ତତୁ କରିବା ଯେତିକି ସହଜ, ଖାଇବା ପାଇଁ ମଧ୍ୟ ସେତିକି ସ୍ୱାଦିଷ୍ଟ ।

ଆବଶ୍ୟକ ସାମଗ୍ରୀ :
୧ କପ୍‌ ଅଟା
୩ ଟି ମ୍ୟାଗି
୧ କପ୍‌ କଟା ପିଆଜ
୩ ଟେବଲ ସ୍ପୁନ୍‌ କଟା ଗାଜର
୨ ଟେବଲ ସ୍ପୁନ୍‌ କଟା କ୍ୟାପ୍‌ସିକମ୍‌
୨ ଟେବଲ ସ୍ପୁନ୍‌ ଧଣିଆ ପତ୍ର
୧ ଟେବଲ୍‌ ସ୍ପୁନ୍‌ ହଳଦୀ ଗୁଣ୍ଡ
୧ ଟେବଲ ସ୍ପୁନ୍‌ ଲଙ୍କା ଗୁଣ୍ଡ
ସ୍ୱାଦ ଅନୁସାରେ ଲୁଣ
କଟ୍‌ଲେଟ୍‌ ଛାଣିବା ପାଇଁ ଆବଶ୍ୟକ ଅନୁସାରେ ତେଲ

ପ୍ରସ୍ତୁତି ପ୍ରଣାଳୀ :
ଅଟା ଓ ମ୍ୟାଗିରେ କଟ୍‌ଲେଟ୍‌ ତିଆରି କରିବା ପାଇଁ ପ୍ରଥମେ ଅଟାରେ ମ୍ୟାଗି ଓ କଟା ହୋଇଥିବା ପିଆଜ, ଗାଜର, କ୍ୟାପ୍‌ସିକମ୍‌, ଧଣିଆ ପତ୍ର, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ ପକାଇ ଏକ ମିଶ୍ରଣ ପ୍ରସ୍ତୁତି କରିବେ । ଏହା ପରେ ସେହି ମିଶ୍ରଣକୁ ୫ ରୁ ୧୦ ମିନିଟ୍‌ ଛାଡି ଦେବେ । ତପାରେ ଗ୍ୟାସ୍‌ରେ ପ୍ୟାନ୍‌ ବସାଇ ସେଥିରେ ତେଲେ ପକାଇବେ ଓ ଏହାକୁ ଗରମ ହେବା ପାଇଁ, ତେଲ ଗରମ ହେବା ମାତ୍ରେ ସେଥିରେ ଗୋଟିଏ ଗୋଟିଏ କରି ସେହି କଟ୍‌ଲେଟ୍‌ ଛାଣିବେ । ଏହାପରେ ଦେଖିବେ ଏହି କଟ୍‌ଲେଟ୍‌ ଖାଇବା ପାଇଁ କେତେ ସ୍ୱାଦିଷ୍ଟ ଲାଗିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.