Below header

ପ୍ରଥମ ସ୍ତ୍ରୀ ଥାଉ ଥାଉ ଗୋପନରେ ଆଉ ଗୋଟେ ଝିଅକୁ ବାହା ହେଇ ଘରକୁ ଆଣିଲା ସ୍ୱାମୀ, ଘର ଆଗରେ ବସି କାନ୍ଦୁଛି ବୋହୁ

ସାଗରିକା ଶୁଣିଲେ ତାଙ୍କ ସ୍ୱାମୀ କୁଆଡେ ଆଉ କାହାକୁ ବାହା ହେଇଯାଇଛନ୍ତି । ଦେଢ଼ ବର୍ଷର କୁନି ପୁଅକୁ ଓ ସାଗରିକାଙ୍କୁ ଛାଡି ସ୍ୱାମୀ କରିଛନ୍ତି ଦ୍ୱିତୀୟ ବିବାହ । ଯାହାକୁ ଶୁଣି ନିଜ କାନକୁ ବିଶ୍ୱାସ କରିପାରିଲାନି ସାଗରିକା ।

ଚାନ୍ଦବାଲି (କେନ୍ୟୁଜ) : କାନ୍ଦି କାନ୍ଦି ଆଉ ଆଖିରେ ଲୁହ ନାହିଁ । ଶାଶୁ ଘର ଆଗରେ ଭୋ ଭୋ ହୋଇ କାନ୍ଦୁଛି ଘରର କୁଳ ବୋହୁ । କିନ୍ତୁ ଶାଶୁ ଘର ଲୋକଙ୍କୁ ପଡୁନି କୌଣସି ଫରକ । ଓଲଟି ବୋହୁକୁ ମାହ ମାରି ତାର ଲୁଗା ପଟା ଚିରି ଦେଇଛନ୍ତି । ସେଇ ଚିରା ଲୁଗା ପିନ୍ଧି ଦେଢ଼ ବର୍ଷର ପୁଅକୁ ଧରି ବସିଛି ସାଗରିକା । ଶାଶୁଘରେ ମାଡ ନିର୍ଯ୍ୟାତନାକୁ ସହି ନପାରି ବାପଘରେ ଥିବା ସାଗରିକା ହଠାତ୍‌ ଧାଇଁ ଆସିଲେ ଶାଶୁ ଘରକୁ । କାହିଁକି ଜାଣିଛନ୍ତି, ସାଗରିକା ଶୁଣିଲେ ତାଙ୍କ ସ୍ୱାମୀ କୁଆଡେ ଆଉ କାହାକୁ ବାହା ହେଇଯାଇଛନ୍ତି । ଦେଢ଼ ବର୍ଷର କୁନି ପୁଅକୁ ଓ ସାଗରିକାଙ୍କୁ ଛାଡି ସ୍ୱାମୀ କରିଛନ୍ତି ଦ୍ୱିତୀୟ ବିବାହ । ଯାହାକୁ ଶୁଣି ନିଜ କାନକୁ ବିଶ୍ୱାସ କରିପାରିଲାନି ସାଗରିକା । ବାପାଙ୍କୁ କହିଲା ବାପା, ଚାଲ ଜଲଦି ବାହାର, ତୁମ ଝିଅର ଘର ଭାସିଗଲା ବାପା…

କାଖରେ କୁନି ପୁଅକୁ ଧରି ବାପାଙ୍କୁ ସାଥିରେ ଶାଶୁଘରେ ପହଁଚିଲା ସାଗରିକା। କିନ୍ତୁ ଘରେ ଖଟ ଉପରେ ଶୋଇଛି ଜଣେ ନବବଧୂ । ଯାହାକୁ ଦେଖି ମୁଣ୍ଡ ଗୋଲ ହୋଇଗଲା ସାଗରିକାଙ୍କର । ତୁମେ କିଏ ବୋଲି ପଚାରିବାକୁ ଭିତରୁ ବାହାରି ଆସିଲେ ଶାଶୁ । ଆଉ ବୋହୁର ଚୁଟି ଭିଡି ମାରିଚାଲିଲେ । ଏମିତି ମାରିଲେ ଯେ ଲୁଗା ପଟା ବି ଚିରି ପକାଇଲେ। ଖାଲି ସେତିକି ନୁହେଁ ଆଜ୍ଞା ଝିଅ ସାଥିରେ ଆସିଥିବା ବାପାକୁ ବି ତଣ୍ଟି ଚିପି ମାରିବାକୁ ଚେଷ୍ଟା କଲେ ଶାଶୁ ଘର ଲୋକେ ।

ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ମତୋ ଫାଣ୍ଡି ଅନ୍ତର୍ଗତ ମତୋ ମାଳବାଡ ଗାଁରେ । ୨୦୨୦ ମସିହାରେ ତେନ୍ତୁଲିଡିହି ପଂଚାୟତର ମୂଳକାଏମା ଗାଁର ଲକ୍ଷଣ ବିଶ୍ଵାଳଙ୍କ ଝିଅ ସାଗରିକା ବିଶ୍ଵାଳ ମତୋ ମାଳବାଡ ଗାଁର ରତିକାନ୍ତ ନାୟକଙ୍କୁ ବିବାହ କରିଥିଲେ । ସାଗରିକାଙ୍କର ଗୋଟେ ଦେଢ ବର୍ଷର ପୁଅ ମଧ୍ୟ ଅଛି । ବାହାଘରର ପରେ ପରେ ଶାଶୁ ଓ ସ୍ଵାମୀ ସବୁବେଳେ ମାଡ ମାରିବା ସହ ବିଭିନ୍ନ ପ୍ରକାରର ନିର୍ଯ୍ୟାତନା ଦେଇଆସୁଥିଲେ । ବାରମ୍ୱାର ଏହି ଘଟଣା ଫାଣ୍ଡି ଓ ସରପଞ୍ଚଙ୍କ ପାଖକୁ ବି ଯାଉଥିଲା । ପୁଅ ହେବା ପରେ ପରେ ଛଅ ମାସ ହେବ ସାଗରିକା ବାପ ଘରେ ରହିଆସୁଥିଲେ । ହେଲେ ସାଗରିକାଙ୍କର ସ୍ଵାମୀ ଏହାର ସୁଯୋଗ ନେଇ ଆଉ ଏକ ଝିଅକୁ ବାହା ହୋଇପଡିଛନ୍ତି । ପୁଅ ବାଙ୍ଗାଲୋରରେ ରହୁଥୁବାରୁ ସ୍ତ୍ରୀ କିଛି ଜାଣିପାରିଲାନାହିଁ । ତେବେ ଦୁଇ ଦିନ ତଳେ ସ୍ୱାମୀ ଘରକୁ ଆସିଛି ବୋଲି ଜାଣିବାକୁ ପାଇବା ପରେ ସ୍ତ୍ରୀ ସାଗରିକା ଶାଶୁ ଘରକୁ ଯାଇଥିଲେ । ହେଲେ ଶାଶୁ ଘରେ ତାଙ୍କ ରୁମରେ ଅନ୍ୟ ଜଣେ ସ୍ତ୍ରୀ ଲୋକକୁ ଶୋଇଥିବା ଦେଖିବାକୁ ପାଇଥିଲେ ସାଗରିକା ।

ତେବେ ଏହି ଘଟଣାକୁ ନେଇ ଝଗଡା ହେବାରୁ ସ୍ଵାମୀ ସାଗରିକାକୁ ମାଡ ମାରିବା ସହ ଘରୁ ତଡିଦେଇଥିବା ଅଭିଯୋଗ କରିଛନ୍ତି ସାଗରିକାର ବାପା । ତେବେ ଏହି ଘଟଣା ଘଟିବା ପରେ ସାଗରିକା ନିଜ ଅଢେଇ ବର୍ଷର ପୁଅକୁ ଧରି ସ୍ଵାମୀ ଘର ଆଗରେ ଧାରଣାରେ ବସିରହିଛନ୍ତି । ଘଟଣା ସ୍ଥଳରେ ଚାନ୍ଦବାଲି ଥାନା ପୋଲିସ ପହଁଚିଥିଲେ ବି କୈାଣସି ସମାଧାନ ହୋଇପାରିନଥିବା ଜଣାପଡିଛି ।  ଏ ଝିଅଟିର କାନ୍ଦ ଆପଣ ଶୁଣିଲେ ଆମ ମନ ତରଳିଯାଉଛି, ମନ ବ୍ୟଥିତ ହୋଇଯାଉଛି କିନ୍ତୁ ଏମାନେ କେତେ ନିଷ୍ଠୁର । ଗୋଟେ ଝିଅକୁ ବାହା ହେଇ କାହିଁକି ଏତେ ଜଣଙ୍କ ଜୀବନ ସହ ଖେଳ ଖେଳୁଛନ୍ତି । ଭୁଲି ଯାଅନା କର୍ମ ଫଳ ବୁଲିକି ନିଶ୍ଚିବ ବୋଲି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.