ଜମ୍ମୁ-କାଶ୍ମୀର: ଆତଙ୍କବାଦୀ ଲିଙ୍କ୍‌ରେ ଡାକ୍ତର, କନଷ୍ଟେବଳଙ୍କ ସମେତ ୪ ସରକାରୀ କର୍ମଚାରୀ ବହିଷ୍କୃତ

ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଲିଙ୍କ୍ ଅଭିଯୋଗରେ ଜଣେ ଡାକ୍ତର, ଜଣେ କନଷ୍ଟେବଳଙ୍କ ସମେତ ୪ ସରକାରୀ କର୍ମଚାରୀଙ୍କୁ ବରଖାସ୍ତ କରାଯାଇଛି। ସରକାର ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଦର୍ଶାଇ ୪ କର୍ମଚାରୀଙ୍କ ସେବାକୁ ସମାପ୍ତ କରିଛନ୍ତି।

ଗୋଟିଏ ପଟେ ଯେଉଁଠି ସୁରକ୍ଷା ବାହିନୀ ଏବଂ ଜମ୍ମୁ-କାଶ୍ମୀର ପୋଲିସ ଆତଙ୍କବାଦକୁ ଶେଷ କରିବା ପାଇଁ କ୍ରମାଗତ ଭାବରେ ଘାଟିରେ ଅପରେସନ୍ ଚଳାଇଛନ୍ତି, ସେଠି କିଛି ଲୋକ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ନଜର ଆସୁଛନ୍ତି। ଏଭଳି ସ୍ଥିତିରେ ଜମ୍ମୁ-କାଶ୍ମୀର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୪ ସରକାରୀ କର୍ମଚାରୀଙ୍କ ସେବା ସମାପ୍ତ କରି ଦେଇଛନ୍ତି।

ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଲିଙ୍କ୍ ଅଭିଯୋଗରେ ଜଣେ ଡାକ୍ତର, ଜଣେ କନଷ୍ଟେବଳଙ୍କ ସମେତ ୪ ସରକାରୀ କର୍ମଚାରୀଙ୍କୁ ବରଖାସ୍ତ କରାଯାଇଛି। ସରକାର ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଦର୍ଶାଇ ୪ କର୍ମଚାରୀଙ୍କ ସେବାକୁ ସମାପ୍ତ କରିଛନ୍ତି। ସମ୍ବିଧାନର ଧାରା ୩୧୧ ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି, ଯାହା ଜାତୀୟ ସୁରକ୍ଷା ହିତରେ ସରକାରଙ୍କୁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଧିକାର ପ୍ରଦାନ କରିଥାଏ।

ବହିଷ୍କୃତ କର୍ମଚାରୀମାନେ ହେଲେ ଜଣେ ଡାକ୍ତର, ଜଣେ ପୋଲିସ କନଷ୍ଟେବଳ, ଜଣେ ଶିକ୍ଷକ ଏବଂ ଉଚ୍ଚ ଶିକ୍ଷା ବିଭାଗର ଜଣେ ଲ୍ୟାବ କର୍ମଚାରୀ। କହି ରଖୁଛୁ ଯେ ଗତ ତିନିବର୍ଷ ମଧ୍ୟରେ କେନ୍ଦ୍ର ଶାସିତ ରାଜ୍ୟ ପ୍ରଶାସନ ୫୦ରୁ ଅଧିକ କର୍ମଚାରୀଙ୍କୁ ବରଖାସ୍ତ କରିବା ପାଇଁ ବଡ଼ ପଦକ୍ଷେପ ନେଇଛି। ଏହି କର୍ମଚାରୀମାନେ ସରକାର ସଂସ୍ଥାରେ କାମ କରୁଛନ୍ତି, ସରକାରୀ ଟ୍ରେଜେରୀରୁ ଦରମା ନେଉଛନ୍ତି ଏବଂ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନକୁ ସାହାଯ୍ୟ କରୁଛନ୍ତି।

ବହିଷ୍କୃତ କର୍ମଚାରୀମାନେ ଆତଙ୍କବାଦୀଙ୍କ ବିଚାରଧାରାକୁ ପ୍ରଚାର କରୁଥିଲେ ଏବଂ ଆତଙ୍କବାଦୀଙ୍କ ପାଇଁ ପାଣ୍ଠି ସଂଗ୍ରହ କରି ସେମାନଙ୍କ ଏଜେଣ୍ଡାକୁ ଆଗକୁ ବଢ଼ାଉଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.