ବସକୁ ଅପେକ୍ଷା କରିଥିଲେ ମାଡ଼ିଗଲା କାର , ୨ ମୃତ
ମାଡ଼ିଗଲା କାର୍, ୨ ମୃତ। ବ୍ରହ୍ମପୁର ପାଟପୁର ଥାନା ପୋଡ଼ାମାରି ମୁଖ୍ୟ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା। ଗତକାଲି ବିଳମ୍ବିତ ରାତିରେ ୨ ଜଣ ରାସ୍ତା ପାଖରେ ବସକୁ ଅପେକ୍ଷା କରି ଛିଡା ହୋଇଥିବାବେଳେ ଏକ କାର୍ ଦ୍ରୁତ ଗତିରେ ଆସି ଧକ୍କା ଦେଇ ପଳାଇ ଯାଇଥିଲା।

ବ୍ରହ୍ମପୁର (କେନ୍ୟୁଜ): ମାଡ଼ିଗଲା କାର୍, ୨ ମୃତ। ବ୍ରହ୍ମପୁର ପାଟପୁର ଥାନା ପୋଡ଼ାମାରି ମୁଖ୍ୟ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା। ଗତକାଲି ବିଳମ୍ବିତ ରାତିରେ ୨ ଜଣ ରାସ୍ତା ପାଖରେ ବସକୁ ଅପେକ୍ଷା କରି ଛିଡା ହୋଇଥିବାବେଳେ ଏକ କାର୍ ଦ୍ରୁତ ଗତିରେ ଆସି ଧକ୍କା ଦେଇ ପଳାଇ ଯାଇଥିଲା। ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକ ଦୁଇ ଜଣ ପୋଡାମାରିର ସୀମାଞ୍ଚଳ ପ୍ରଧାନ ଓ ପି. ରାମଚନ୍ଦ୍ରପୁରର ନିରୁ ମହାନ୍ତି। ଦୁର୍ଘଟଣାରେ ଅମୀୟ ନାୟକ ନାମକ ଜଣେ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି। ତାଙ୍କୁ ବ୍ରହ୍ମପୁର ଏମକେସିଜିରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି l
CCTV ଫୁଟେଜକୁ ଆଧାର କରି ଦୁର୍ଘଟଣା ଘଟାଇଥିବା କାରକୁ ପୋଲିସ ତପ୍ତପାଣି ରାସ୍ତାରୁ ଜବତ କରିଚ୍ଛି। ତେବେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପାଟପୁରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ନିରୁ ମହାନ୍ତିଙ୍କ ଘର ପାଟପୁର ଥାନା ପି.ରାମଚନ୍ଦ୍ରପୁର ପଂଚାୟତରେ ଥିବା ବେଳେ ଶ୍ୱଶୁର ଘର ପୋଡାମାରିକୁ ଆସିଥିଲେ l ନିରୁ ଭୁବନେଶ୍ୱରରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଯୋଗୁଁ ପରିବାର ସହ ଯିବା ପାଇଁ ବସ କୁ ଅପେକ୍ଷା କରିଥିଲେ ବୋଲି କହିଛନ୍ତି ନିରୁଙ୍କ ଶ୍ୱଶୁର l