ICC ODI Ranking : ବିରାଟ ଅଧିକାର କଲେ ୩ୟ ସ୍ଥାନ, ଶୀର୍ଷ ୧୦ରେ ୩ ଭାରତୀୟ ଖେଳାଳି
ଆଇସିସି ଦିନିକିଆ ରାଙ୍କିରେ ବିରାଟ କୋହଲି ନଂ ୩ କୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ପ୍ରଥମ ସ୍ଥାନରେ ଶୁବମନ ଗିଲ୍ ଏବଂ ଦ୍ୱିତୀୟ ସ୍ଥାନ ବାବର ଆଜମ ରହିଛନ୍ତି । ବିରାଟ କୋହଲି ବିଶ୍ୱକପ ୨୦୨୩ରେ କମାଲ ପ୍ରଦର୍ଶନ କରି ୩ ନଂ ସ୍ଥାନରେ ପହଞ୍ଚିଛନ୍ତି ।

ବିରାଟ କୋହଲିଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଆଇସିସି ଦିନିକିଆ ରାଙ୍କିରେ ବିରାଟ କୋହଲି ନଂ ୩ କୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ପ୍ରଥମ ସ୍ଥାନରେ ଶୁବମନ ଗିଲ୍ ଏବଂ ଦ୍ୱିତୀୟ ସ୍ଥାନ ବାବର ଆଜମ ରହିଛନ୍ତି । ବିରାଟ କୋହଲି ବିଶ୍ୱକପ ୨୦୨୩ରେ କମାଲ ପ୍ରଦର୍ଶନ କରି ୩ ନଂ ସ୍ଥାନରେ ପହଞ୍ଚିଛନ୍ତି ।
ଭାରତୀୟ କ୍ରିକେଟ ଟିମର ୩ ଜଣ ଖେଳାଳି ଏବେ ଆଇସିସି ଦିନିକିଆ ରାଙ୍କିର ଟପ୍ ୧୦ରେ ରହିଛନ୍ତି । ଶୁବମନ ଗିଲ୍ ପ୍ରଥମ, ବିରାଟ କୋହଲି ୩ୟ ଏବଂ ରୋହିତ ଶର୍ମା ୪ର୍ଥ ସ୍ଥାନରେ ରହିଛନ୍ତି । ଗିଲ୍ ୮୨୬ ପଏଣ୍ଟ, ବାବର ୮୨୪ ପଏଣ୍ଟ, ବିରାଟ ୭୯୧ ପଏଣ୍ଟ ଏବଂ ରୋହିତ ୭୬୯ ପଏଣ୍ଟରେ ରହିଛନ୍ତି ।
Virat Kohli has made a push to dethrone his compatriot as the No.1 ODI batter 👀
The latest changes in the @MRFWorldwide ICC Men’s Player Rankings following the conclusion of #CWC23 👇https://t.co/RYJbtXlMD2
— ICC (@ICC) November 22, 2023
ସେହିପରି ବିଶ୍ୱକପ ପରେ ଭାରତୀୟ ବୋଲରଙ୍କୁ ଆଇସିସି ରାଙ୍କିଂରେ ଝଟକା ଲାଗିଛି । ମହମ୍ମଦ ସିରାଜ ଦ୍ୱିତୀୟ ସ୍ଥାନରୁ ଖସି ୩ୟ ସ୍ଥାନ, କୁଲଦୀପ ଯାଦବ ୬ଷ୍ଠରୁ ଖସି ୭ମ ସ୍ଥାନରେ ରହିଛନ୍ତି । ସାମି ୯ମ ସ୍ଥାନରେ ରହିଥିବା ବେଳେ ଏବେ ଖସି ୧୦ମ ସ୍ଥାନରେ ରହିଛନ୍ତି । ସେହିପରି ରବିନ୍ଦ୍ର ଜାଡେଜା ମଧ୍ୟ ଗୋଟେ ସ୍ଥାନ ତଳକୁ ଖସିଛନ୍ତି ।
ସୂଚନାଯୋଗ୍ୟ, ବିଶ୍ୱକପରେ ବିରାଟ କୋହଲି ୭୬୫ ରନ୍ କରିଥିଲେ । ଏଥିରେ ୩ଟି ଶତକ ଏବଂ ୬ଟି ଅର୍ଦ୍ଧଶତକ ସାମିଲ ରହିଛି । ବିଶ୍ୱକପରେ ଶତକ ଏବଂ ଫାଇନାଲରେ ଅର୍ଦ୍ଧଶତକ ମାରିଥିବା ପ୍ରଥମ ଖେଳାଳି ହୋଇଥିଲେ ବିରାଟ କୋହଲି । ବିରାଟଙ୍କୁ ବିଶ୍ୱକପରେ ପ୍ଳେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ ମିଳିଥିଲା ।