ଅଭିନେତ୍ରୀ ଭୂମି ପେଡନେକରଙ୍କୁ ଡେଙ୍ଗୁ, ୮ ଦିନ ପରେ ହସ୍ପିଟାଲ ବେଡ୍‌ରୁ ସେୟାର କଲେ ଫଟୋ

ବଲିଉଡ ଅଭିନେତ୍ରୀ ଭୂମି ପେଡନେକରଙ୍କୁ ଡେଙ୍ଗୁ। ଗତ ୮ ଦିନ ଧରି ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଅଭିନେତ୍ରୀ ସୋସିଆଲ ମିଡିଆରେ ଫଟୋ ସେୟାର କରି ନିଜ ପ୍ରଶଂସକମାନଙ୍କୁ ଏହା ବିଷୟରେ ଜଣାଇଛନ୍ତି। ଏହା ସହିତ ସେ ପ୍ରଶଂସକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

ଭୂମି ପେଡନେକର ଗତ ୮ ଦିନ ଧରି ଡେଙ୍ଗୁରେ ପୀଡିତ ଅଛନ୍ତି। ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ଏବେ ଅଭିନେତ୍ରୀ ନିଜ ପୋଷ୍ଟରେ କହିଛନ୍ତି ଯେ ସେ ପୂର୍ବ ଅପେକ୍ଷା ବହୁତ ଭଲ ଅନୁଭବ କରୁଛନ୍ତି। ଭୂମି ହସ୍ପିଟାଲ ବେଡ୍‌ରୁ ନିଜର ଏକ ସେଲ୍ଫି ସେୟାର କରିଛନ୍ତି।

ଫଟୋ ସେୟାର କରି ଅଭିନେତ୍ରୀ ଏକ ଲମ୍ବା ପୋଷ୍ଟ ଲେଖିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି, ‘ଗୋଟିଏ ଡେଙ୍ଗୁ ମଶା ମୋତେ ୮ ଦିନ ଧରି ଅତ୍ୟଧିକ ଯନ୍ତ୍ରଣା ଦେଇଦେଲା। କିନ୍ତୁ ଆଜି ମୁଁ ଯେତେବେଳେ ଉଠିଲି, ମୋତେ ବଢ଼ିଆ ଫିଲ୍‌ ହେଲା। ଏଥିପାଇଁ ମୋତେ ଏକ ସେଲ୍ଫି ନେବାକୁ ପଡିଲା। ବନ୍ଧୁମାନେ, ଆପଣ ମଧ୍ୟ ସାବଧାନ ରୁହନ୍ତୁ। କାରଣ, ଏଥିଯୋଗୁ ମୋର ଏବଂ ମୋ ପରିବାର ପାଇଁ ଗତ କିଛି ଦିନ ବହୁତ କଠିନ ସମୟ ରହିଥିଲା।

View this post on Instagram

A post shared by Bhumi Pednekar (@bhumipednekar)

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.