ଜିରୋ ନାଇଟ ପାଇଁ ସେଲିବ୍ରେସନ ମୁଡରେ ରାଜଧାନୀବାସିନ୍ଦା, ବିଭିନ୍ନ ହୋଟେଲ ଗୁଡିକରେ ଆରମ୍ଭ ହେଲାଣି ପ୍ରସ୍ତୁତି

ଭୁବନେଶ୍ବର: ଜିରୋ ନାଇଟ ପାଇଁ ସେଲିବ୍ରେସନ ମୁଡରେ ରାଜଧାନୀବାସିନ୍ଦା । ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ଲୋକେ ବିଭିନ୍ନ ହୋଟେଲ ଗୁଡିକରେ ବୁକିଂ କରିଛନ୍ତି । ହୋଟେଲ ଗୁଡିକ ବି ଲୋକଙ୍କୁ ଆକର୍ଷଣ କରିବା ପାଇଁ ସଜେଇ ହେଲେଣି । କିଏ ରାଜ୍ୟ ବାହାରୁ କଳାକାର ଆଣୁଛନ୍ତି ତ ଆଉ କେହି ବିଭିନ୍ନ ଇଣ୍ଟରନ୍ୟାସନାଲ ଡ୍ୟାନ୍ସରକୁ ନିମନ୍ତ୍ରଣ କରିଛନ୍ତି । ତେବେ ଏହାରି ଭିତରେ ଅଶ୍ଳିଳ ନୃତ୍ୟକୁ ବିରୋଧ କରିବାକୁ ଅଣ୍ଟା ଭିଡିଲେଣି କିଛି ସଙ୍ଗଠନ । ଯେଉଁଠି ଅଶ୍ଳିଳ ନୃତ୍ୟ ପ୍ରଦର୍ଶନ ହେବ ସେଠି ବିରୋଧ କରାଯିବ ବୋଲି ସଙ୍ଗଠନ ଗୁଡିକ ଚେତାବନୀ ଦେବା ଆରମ୍ଭ କଲେଣି ।

zero n8ସେପଟେ ଜିରୋ ନାଇଟ ପାଇଁ ସଜାଗ ହେଲାଣି କମିଶନରେଟ ପୋଲିସ । ଟାର୍ଗେଟ ରେ ମଦୁଆ । ମଦପିଇ ବିଳମ୍ବିତ ରାତି ପଯ୍ୟର୍ନ୍ତ ବାହାରେ ବୁଲିଲେ କାର୍ଯ୍ୟାନୁଷ୍ଠାନ ନେବ ପୋଲିସ । ସେହିଭଳି କୌଣସି ଅଘଟଣ ଓ ଟ୍ରାଫିକ୍‌ ସମସ୍ୟାକୁ ଦୁରେଇବା ପାଇଁ, ପୋଲିସ ସଜାଗ ଥିବା କହିଛନ୍ତି ପୋଲିସ କମିଶନର । ଜିରୋ ନାଇଟ୍‌ ପୂର୍ବରୁ ଅପରାଧିଙ୍କ ଉପରେ ନଜର ରଖିବା ପାଇଁ ପୋଲିସ ଆରମ୍ଭ କରିଛି ସ୍ପେଶାଲ ଡ୍ରାଇଭ । ଏଥିପାଇଁ ପାଟ୍ରୋଲିଂ କୁ ଯୋରଦାର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.