Below header

ଦିନକ ପରେ ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୦ ଓ ୨୧ ମୟୂରଭଞ୍ଜ ଜିଲ୍ଲା ଗସ୍ତ

ଦିନକ ପରେ ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୨୦ ଓ ୨୧ତାରିଖ ଦୁଇଦିନ ମହାମହିମଙ୍କ ଜନ୍ମ ମାଟି ମୟୂରଭଞ୍ଜ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି।

ଦିନକ ପରେ ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୨୦ ଓ ୨୧ତାରିଖ ଦୁଇଦିନ ମହାମହିମଙ୍କ ଜନ୍ମ ମାଟି ମୟୂରଭଞ୍ଜ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି। ବାରିପଦା ଓ ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ନିଜ ଘରେ ରାତ୍ରିଯାପନ କରିବେ ରାଷ୍ଟ୍ରପତି। ଏଥି ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଆଜି ବାୟୁସେନାର ସ୍ଵତନ୍ତ୍ର ହେଲିକପ୍ଟର ବାରିପଦା ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛି।

ହେଲିପ୍ୟାଡ ସହ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥାର ତଦାରଖ କରିଛନ୍ତି ବିଭାଗୀୟ ଅଧିକାରୀ। ଜିଲ୍ଲା ପ୍ରଶାସନ ପକ୍ଷରୁ ସଭାସ୍ଥଳ ଓ ଘରେ ବ୍ୟାପକ ବ୍ୟବସ୍ଥା କରାଯାଉଛି। ଗସ୍ତ ସମୟରେ ଯେଭଳି କୌଣସି ବିଭ୍ରାଟ ନଘଟେ ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ବ୍ୟବସ୍ଥାର ତଦାରଖ କରାଯାଉଛି। ରାଷ୍ଟ୍ରପତିଙ୍କ ଟ୍ରେନଯାତ୍ରା କାର୍ଯ୍ୟକ୍ରମ ପାଇଁ ରେଳ ବିଭାଗ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଜୋରଦାର ଚାଲିଛି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ୩୩ପ୍ଲାଟୁନ ଫୋଲିସ ମୁତୟନ କରାଯିବ।

୨୦ତାରିଖରେ ବାୟୁସେନାର ସ୍ଵତନ୍ତ୍ର ହେଲିକପ୍ଟରରେ ବାରିପଦା ପହଞ୍ଚିବା ପରେ ଅଖିଲ ଭାରତ ସାନ୍ତାଳୀ ଲେଖକ ସଂଘର ବାର୍ଷିକ ସମ୍ମିଳନୀରେ ଯୋଗଦେବେ। ପରେ କୁଳିଅଣା ଠାରେ ଏକଲବ୍ୟ ବିଦ୍ୟାଳୟର ଶୁଭାରମ୍ଭ କରିବେ। ଅପରାହ୍ନରେ ରାଇରାଙ୍ଗପୁର ଗସ୍ତ କରି ସେଠାରେ ବଙ୍ଗଳାରେ କିଛି ଲୋକଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି।

ନିଜ ବାସଭବନରେ ରାତ୍ରିଯାପନ କରିବେ ମହାମହିମ। ୨୧ ତାରିଖରେ ପାହାଡପୁରରେ ଏସ୍ଏଲ୍ଏସ୍ ବିଦ୍ୟାଳୟରେ ଏକ ଦକ୍ଷତା ବିକାଶ କେନ୍ଦ୍ରର ଶୁଭାରମ୍ଭ ସହ ପରେ ବାଦାମପାହାଡ ରେଳ ଷ୍ଟେସନରୁ ୩ଟି ନୂତନ ଟ୍ରେନର ଶୁଭାରମ୍ଭ କରିବେ। ଟ୍ରେନ ଯୋଗେ ଲୋକଙ୍କ ସହ ବାଦାମପାହାଡରୁ ରାଇରାଙ୍ଗପୁର ଗସ୍ତ କରିବେ ରାଷ୍ଟ୍ରପତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.