କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହୋଇଛି ମଡ୍ୟୁଲାର ଓଟି, ଶୁଭଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟର ପ୍ରଥମ ମଡୁଲାର ଓଟି, ଏଥିରେ ରହିଛି କୋରିଆ ୟୁକେର ଅତ୍ୟାଧୁନିକ ଚିକିତ୍ସାର ସରଞ୍ଜାମ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହାର ଶୁଭଆରମ୍ଭ କରିଛନ୍ତି l

ରାଜ୍ୟର ପ୍ରଥମ ମଡୁଲାର ଓଟି, ଏଥିରେ ରହିଛି କୋରିଆ ୟୁକେର ଅତ୍ୟାଧୁନିକ ଚିକିତ୍ସାର ସରଞ୍ଜାମ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହାର ଶୁଭଆରମ୍ଭ କରିଛନ୍ତି l କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହୋଇଛି ମଡ୍ୟୁଲାର ଓଟି। ଯାହା ରାଜ୍ୟର ପ୍ରଥମ ମଡ୍ୟୁଲାର ଓଟି। ଏଥିରେ ରହିଛି ଅତ୍ୟାଧୁନିକ ଚିକିତ୍ସା ସରଞ୍ଜାମର ବ୍ୟବସ୍ଥିତ। ଏଥିରେ ଏକ ସାଙ୍ଗରେ ହୋଇପାରିବେ ୧୦ ଜଣଙ୍କର ଅସ୍ତ୍ରୋପଚାର। ଯାହା ଓଟି ମଧ୍ୟରେ କୋରିଆନ ଡିଜାଇନର ହୋଇଛି ପ୍ରସ୍ତୁତି।

ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ଯୋଜନା କରୁଛନ୍ତି। ଏପରିକି ହସ୍ପିଟାଲ କୁ ଏକ ନୂଆ ଲୁକ ଦେଉଛନ୍ତି। ଗାଁ ଠାରୁ ଆରମ୍ଭ କରି ସହରରେ ଥିବା ସମସ୍ତ ଛୋଟ ବଡ଼ ହସ୍ପିଟାଲରେ ନୂଆ ରୂପ ଦିଆଯାଉଛି। ଏପରିକି କ୍ୟାପିଟାଲ ହସ୍ପିଟାଲ ହେଉଛି ରାଜ୍ୟର ପ୍ରଥମ ହସ୍ପିଟାଲ ଯେଉଁଠି କି ମଡୁଲାର ଓଟି ରହିଛି। ଏଠାରେ ରହିଛି ଅତ୍ୟାଧୁନିକ ଚିକିତ୍ସା ସରଞ୍ଜାମର ବ୍ୟବସ୍ଥିତ ରହିଛି। ଏଠାରେ ଏକ ସାଙ୍ଗରେ ୨୦ ଜଣଙ୍କର ଅସ୍ତ୍ରୋପଚାର କରାଯିବ। ଏହି ଓଟି ମଧ୍ୟ ସମସ୍ତ ଜିନିଷ ପ୍ରାୟ ଫିଙ୍ଗର ପ୍ରିଣ୍ଟ ଦ୍ବାରା ସ୍କନ୍ ରେ କାର୍ଯ୍ଯ କରିଥାଏ।

ଏହା ହେଉଛି ୧ ମହଲା ବିଶିଷ୍ଟ ଘରେ ୭ ଟି ଗୃହ ରହିଛି। ୫ ଟି ଗୃହରେ ରହିଛି ମଡୁଲାର ଓଟି ଏବଂ ବାକି ୨ ଟି ଗୃହରେ ରହିଛି ଅସ୍ତ୍ରୋପଚାର ପରବର୍ତ୍ତୀ ସମୟରେ ଅବଜରବେଶନ ଗୃହ। ତେବେ ଏହି ଗୃହରେ ରହିଛି ୮ ଟି ଶଯ୍ୟା। ତେବେ ଏହି ଓଟି ରେ ଏକାକଳିନ ଭାବରେ ୧୦ ଜଣଙ୍କର ଅସ୍ତ୍ରୋପଚାର କରାଯିବାର ବ୍ୟବସ୍ଥା ରହିଛି। ଏହା ଦ୍ବାରା ଅନେକ ଜଟିଳ ଅସ୍ତ୍ରୋପଚାର ପାଇଁ ଆସୁଥିବା ରୋଗୀମାନଙ୍କୁ ଆଉ ଅନ୍ୟ ହସ୍ପିଟାଲକୁ ରେଫର କରାଯିବ ନାହିଁ। ଏହା ଦ୍ବାରା ରେଫରାଲ ସଂଖ୍ୟା ମଧ୍ୟ ହ୍ରାସ ପାଇବ।

ତେବେ ବିଶେଷ କରି ଅସ୍ଥିଶଲ୍ୟ ଓ ହୃଦରୋଗ ବିଭାଗର ଅସ୍ତ୍ରୋପଚାର ସୁବିଧାରେ ହୋଇପାରିବା ସହ ସାଧାରଣ ରୋଗୀମାନେ ମଧ୍ୟ ଅଧିକରୁ ଅଧିକ ଭାବରେ ଉପକୃତ ହୋଇପାରିବେ। ତେବେ ଏହି ଅତ୍ୟାଧୁନିକ ଓଟି ପାଇଁ ଖର୍ଚ୍ଚ ହୋଇଛି ୧୬.୭୬ କୋଟି ଟଙ୍କା। ରାଜ୍ୟ ସରକାର ୧୫.୩୪ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ବିମାନବନ୍ଦର ପ୍ରାଧିକରଣ ଔଦାଗୀୟ ସାମାଜିକ କର୍ତ୍ତବ୍ୟ ପାଣ୍ଠି ରୁ ୧.୪୨ କୋଟି ଟଙ୍କା ପ୍ରଦାନ କରାଯାଇଛି।

କଣ ରହିଛି ସୁବିଧା :

ଏହା ସମ୍ପୂର୍ଣ ଭାବରେ କୋରିଆନ ସିଟରେ ବନା ହୋଇଛି। ଏଥିରେ ସମସ୍ତ ସରଞ୍ଜାମ ଅତ୍ୟାଧୁନିକ ଅଟେ। ଅସ୍ତ୍ରୋପଚାର ସମୟରେ ବା ପରେ ଯେଉଁ ଭଳି ଭାବରେ ରୁମ୍ ରେ ବ୍ୟାକ୍ଟେରିଆ ରହିବେ ନାହିଁ ସେନେଇ ମଧ୍ୟ ଅତ୍ୟାଧୁନିକ ମେସିନ ରହିଛି। ରୁମର ଅଟୋମେଟିକ୍ ଟେମ୍ପ୍ରେଚର୍ ପରିବର୍ତ୍ତନର ବ୍ୟବସ୍ଥା ରହିଛି। ଏହାରି ମଧ୍ୟରେ କ୍ୟାମେରା ଦ୍ଵାରା ଏଲିଡି ସହିତ ସଂଯୋଗ କରାଯାଇଛି। ଏହା ସତ୍ୱେ ବି ସମସ୍ତ କାର୍ଯ୍ୟ ସ୍କାନର ରେ ପରିଚାଳିତ ହେବ। ତେବେ ଏନେଇ ସମସ୍ତ ପ୍ୟାନେଲ ଆସିଛି କୋରିଆ ରୁ। କଣ୍ଟ୍ରୋଲ ପ୍ୟାନେଲ ୟୁକେ ରୁ ଆସିଛି।

ଏପଟେ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଧେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି ଯେ, ଏହି ମଡୁଲାର ଓଟି କାର୍ଯ୍ୟକ୍ଷମ କରିବାରେ ରାଜ୍ୟର ପ୍ରଥମ ସରକାରୀ ହସ୍ପିଟାଲ ହେଉଛି କ୍ୟାପିଟାଲ ହସ୍ପିଟାଲ। ହସ୍ପିଟାଲକୁ ଆସୁଥିବା ରୋଗୀମାନେ ଆଉ କଟକ କି ଏମ୍ସ କୁ ରେଫର୍ କରାଯିବନାହିଁ। ଏଠାରେ ଛୋଟ ଠାରୁ ଆରମ୍ଭ କରି ଗୁରୁତର ଅସ୍ତ୍ରୋପଚାର କରାଯିବ ବୋଲି କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.