Below header

ୱାର୍ଲଡ କପ ମ୍ୟାଚରେ ଦର୍ଶକ ତଥା ଅତିଥିଙ୍କର ହେବ ଭରପୁର ମନୋରଞ୍ଜନ, ଆସିଛି ଲମ୍ବା ଲିଷ୍ଟ

ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଆଇସିସି ବିଶ୍ବକପ୍ ୨୦୨୩ର ଫାଇନାଲ ମ୍ୟାଚ

ଆରମ୍ଭ ହେଲା କାଉଣ୍ଟ ଡାଉନ୍‌ । ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ସରିଲାଣି ପ୍ରସ୍ତୁତି । ଚାଲିବ ବିଶ୍ୱ କପ୍‌ ଲଢ଼େଇ । କିଏ ହେବ ICC MENS କ୍ରିକେଟ ବିଶ୍ବକପର ବିଜେତା। ଅହମଦାବାଦରେ ଟିମ୍ ଇଣ୍ଡିଆ ଟ୍ରଫି ଆଣିଦେବ ବୋଲି ଅନାଇ ବସିଛି ସାରା ଦେଶ । ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଆଇସିସି ବିଶ୍ବକପ୍ ୨୦୨୩ର ଫାଇନାଲ ମ୍ୟାଚ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ବକପ କ୍ରିକେଟର ଫାଇନାଲ ମ୍ୟାଚ। ଏହା ପୂର୍ବରୁ ଅହମଦାବାଦ ଉତ୍ସବ ମୁଖର । ଫାଇନାଲ ମ୍ୟାଚ ପୂର୍ବରୁ ଅହମଦାବାଦରେ କ୍ରିକେଟ ପ୍ରେମୀ ୫ଶହ ଫୁଟର ତ୍ରିରଙ୍ଗା ଉଡ଼ାଇ ସହର ପରିକ୍ରମା କରିଛନ୍ତି। ସାଥିରେ ବିଶ୍ବକପ ଟ୍ରଫିର ଏକ ମିନିଏଚରକୁ ମଧ୍ୟ ପ୍ରଦର୍ଶିତ କରିଛନ୍ତି। ସବୁଠିଦେଖିବାକୁ ମିଳିଛିକ୍ରିକେଟ କ୍ରେଜ । ତେବେ ଏହା ପୂର୍ବରୁ ଆସନ୍ତାକାଲି ମ୍ୟାଚ୍‌ ପାଇଁ ଆସିଛି କାର୍ଯ୍ୟକ୍ରମର ଲିଷ୍ଟ ୍‌। ତାଲିକା ଲମ୍ବା ଆସନ୍ତୁ ଜାଣିବା କଣ ରହିଛି ଆରେଜ୍‌ ମେଣ୍ଟ ।

ୱାର୍ଲ୍ଡକପ୍ ଫାଇନାଲରେ ଲାଗିବ ଭିଭିଆଇପିଙ୍କ ଭିଡ । ଅବତରଣ କରିବ ୧୦୦ ଜେଟ୍, ପ୍ରସ୍ତୁତ ହୋଇଛି ଅତିଥିଙ୍କ ଲମ୍ବା ଲିଷ୍ଟ । ଆସନ୍ତାକାଲି ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦେଖିବାକୁ ମିଳିବ ଚମତ୍କାର ଏୟାର ସୋ । ଫାଇନାଲ ମ୍ୟାଚ୍ ପୂର୍ବରୁ ୧୦ ମିନିଟ୍ ପାଇଁ ଏହି ଏୟାର ସୋ ପ୍ରଦର୍ଶିତ ହେବ । ଉଦଘାଟନୀ ଉତ୍ସବରେ କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମ ହୋଇ ନଥିବା ବେଳେ ଉଦଯାପନୀ ଦିବସରେ ଅନେକ କିଛି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମ୍ୟାଚ୍ ପୂର୍ବରୁ ୧୦ ମିନିଟ୍ ପାଇଁ ଏୟାର ସୋ ହେବ । ବାୟୁସେନାର ସୂର୍ଯ୍ୟକିରଣ ଯୁଦ୍ଧ ବିମାନ ଆକାଶରେ ଦେଖାଇବ ଜଲୱା । ଏହି କାର୍ଯ୍ୟକ୍ରମ ଦିନ ୧.୩୫ରୁ ୧.୫୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଫାଇନାଲ ମ୍ୟାଚର ପ୍ରଥମ ଡ୍ରିଙ୍କସ ବ୍ରେକରେ ସିଙ୍ଗର ଆଦିତ୍ୟ ଗଡଭୀ ସଂଗୀତ ପରିବେଷଣ କରିବେ। ପ୍ରଥମ ଇନିଂସ୍ ସରିବା ପରେ ବ୍ରେକ୍ ବେଳେ ଅନେକ ଗାୟକ ପ୍ରଦର୍ଶନ କରିବେ। ପୁଣି ଦ୍ବିତୀୟ ଇନିଂସରେ ଡ୍ରିଙ୍କସ ବେଳେ ଲେଜର ଲାଇଟ୍ ସୋ ହେବ ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ମୁମ୍ବାଇର ୫ଶହ ଡ୍ୟାନ୍ ସର ନୃତ୍ୟ ପରିବେଷଣ କରିବେ।

ସେହିପରି ଷ୍ଟାଡିୟମରେ ମ୍ୟାଚ୍ ଦେଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ରିଚାର୍ଡ ମାର୍ଲ୍ସ। ସେହିପରି ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ଓ ଗୌତମ ଆଦାନୀଙ୍କ ସହ ବଲିଉଡର ବଡ଼ ବଡ଼ ସେଲିବ୍ରିଟି ବି ଦେଖିବେ ମ୍ୟାଚ୍। ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବଂ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ବି ଗ୍ରାଉଣ୍ଡରେ ଉପସ୍ଥିତ ରହି ଟିମ ଇଣ୍ଡିଆର ଜୋଶ ବଢାଇବେ। ଏପଟେ ଫାଇନାଲ୍ ମ୍ୟାଚ୍ ଥିବାରୁ ଏବେ ହୋଟେଲ ଓ ବିମାନ ଟିକେଟର ମୂଲ୍ୟ ଆକାଶଛୁଆଁ ହୋଇଛି । ବେଙ୍ଗାଳୁରୁ-ଅହମଦାବାଦ ଟିକେଟ ମୂଲ୍ୟ ୩୩ ହଜାର ଟଙ୍କାରେ ପହଞ୍ଚିଛି । ସେହିପରି ହୋଟେଲ ଦର ୭ରୁ ୮ ଗୁଣା ବଢିଛି । ଫାଇଭ ଷ୍ଟାର ହୋଟେଲରେ ରହିବାକୁ ହେଲେ ଗୋଟିଏ ରାତିକୁ ୨ ଲକ୍ଷ ଟଙ୍କା ଦେବାକୁ ହେବ ।

ଅହମଦାବାଦରେ ଭାରତୀୟ ଖେଳାଳି ରହୁଥିବା ITC ନର୍ମଦା ହୋଟେଲ ଟିମ୍ ପାଇଁ ଲକି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି। ପୂର୍ବରୁ ଲିଗରେ ପାକିସ୍ତାନ ବିପକ୍ଷ ମ୍ୟାଚ ବେଳେ ଏହି ହୋଟେଲରେ ରହିଥିଲେ ଖେଳାଳି । ପାକିସ୍ତାନ ବିପକ୍ଷ ମ୍ୟାଚରେ ୭ ୱିକେଟରେ ମ୍ୟାଚ ଜିତିଥିଲା ଟିମ୍ ଇଣ୍ଡିଆ । ତେଣୁ ITC ନର୍ମଦା ଭାରତୀୟ ଟିମ୍ ପାଇଁ ଲକି ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.