Below header

ଗୁରୁଦିବସରେ ଗୁରୁଙ୍କୁ ସମ୍ମାନିତ, କଳିଙ୍ଗ ଟିଭି ପୋଷ୍ଟକୁ ଟ୍ବିଟ୍ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର (କେନ୍ଯୁଜ୍) : ଗୁରୁ ଦିବସରେ ଦେଶର ଆଦର୍ଶ ଶିକ୍ଷକଙ୍କୁ ସମ୍ମାନିତ କରିଛନ୍ତି କେନ୍ଦ୍ର ସରକାର । ଓଡ଼ିଶାରୁ ଏକ ମାତ୍ର ଶିକ୍ଷକ ଭାବେ ସମ୍ମାନିତ ହୋଇଛନ୍ତି ଜୟପୁର ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଓମ୍‌ ପ୍ରକାଶ ମିଶ୍ର । ଉପାନ୍ତ ଅଂଚଳରେ ପିଲାଙ୍କୁ ଶିକ୍ଷାଦାନରେ ଓମ୍‌ ପ୍ରକାଶଙ୍କ ଅବଦାନ ନେଇ କଳିଙ୍ଗ ଟିଭିରେ ଖବର ପ୍ରସାରଣ ହେବା ସହ ଖବର ୱେବ ପେଜ www.kalingatv.comରେ ପୋଷ୍ଟ ହୋଇଥିଲା ଖବର । ପ୍ରଧାନମନ୍ତ୍ରୀଙ୍କ ସହ ଆଦର୍ଶ ଶିକ୍ଷକଙ୍କ ଫଟୋ ପ୍ରକାଶ ପାଇଥିଲା । ଏହି ପୋଷ୍ଟ ଓ ଫଟୋକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବାଛିବା ସହ ଟ୍ଵିଟ୍‌ କରିଛି । ଏ ହେଉଛି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ସେହି ଟ୍ଵିଟ ଯେଉଁଥିରେ ରହିଛି କଳିଙ୍ଗ ଟିଭି ୱେବ‌ ପେଜର ପୋଷ୍ଟ । ପିଏମ୍‌ଓର ଏହି ଟ୍ଵିଟ୍‌ ପରେ କଳିଙ୍ଗ ଟିଭିର ବିଶ୍ୱସନୀୟତା ଆହୁର ବୃଦ୍ଧି ପାଇଛି।


ସେପଟେ ଉପାନ୍ତ ଅଂଚଳରେ ପିଲାଙ୍କୁ ଶିକ୍ଷାଦାନରେ ଓମ୍‌ ପ୍ରକାଶଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି । ଓମ୍‌ପ୍ରକାଶଙ୍କ ବିଜ୍ଞାନ ଓ ଗଣିତ ଶିକ୍ଷାଦାନ ପଦ୍ଧତି ପ୍ରଶଂସନୀୟ ବୋଲି ପ୍ରଧାନମନ୍ତ୍ରୀ ଟ୍ଵିଟ କରିଛନ୍ତି ।

ଓମ୍‌ ପ୍ରକାଶ ମିଶ୍ର । ଜୟପୁର ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ । ଛାତ୍ରଛାତ୍ରୀଙ୍କ ପ୍ରିୟ ଓମ୍‌ ସାର୍‌ । ଜଟିଳ ପାଠକୁ ସରଳ ଉପାୟରେ ବୁଝାଇ ଥାଆନ୍ତି । ଆଦର୍ଶ ଶିକ୍ଷକ ଭାବରେ ସ୍ଥାନୀୟ ଅଞ୍ଚଳରେ ଜଣାଶୁଣା । ପୂର୍ବରୁ ଅନେକ ଥର ରାଜ୍ୟ ଓ ଜିଲ୍ଲାସ୍ତରରେ ସମ୍ମାନିତ ହୋଇଛନ୍ତି ଓମ୍‌ ସାର୍‌ । ଶିକ୍ଷାର ମାନବୃଦ୍ଧି ନେଇ ୫ଟି ପୁସ୍ତକ ଲେଖି ପ୍ରଶଂସିତ ହୋଇଛନ୍ତି । ଓମ୍‌ ସାରଙ୍କୁ ପାଇ ଛାତ୍ରଛାତ୍ରୀ ବେଶ ଖୁସ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.