ଟୁଇନ୍ ସିଟିରେ ନିରାଶ ହୋଇ ଆଉ ଫେରିବେନି ଅଭିଯୋଗକାରୀ

ଭୁବନେଶ୍ବର (କେନ୍ଯୁଜ୍) : ଦ୍ୱୈତ ନଗରୀ ଥାନାରୁ ନିରାଶ ହୋଇ ଆଉ ଫେରିବେନି ଅଭିଯୋଗକାରୀ । ଥାନା ଅଧିକାରୀ ଅନୁପସ୍ଥିତ ଥିଲେ ବି ଥାନାରେ ରଖାଯିବ ଅଭିଯୋଗ । ଖୁବ୍‌ଶୀଘ୍ର ଟୁଇନ ସିଟିର ପ୍ରତି ଥାନାରେ ପୁନଃ ନିର୍ମାଣ ହେବ ହେଲ୍ପ ଡେସ୍କ । ଦାୟିତ୍ୱରେ ରହିବେ ଜଣେ ପ୍ରଶିକ୍ଷିତ କନେଷ୍ଟବଳ । ଥାନାକୁ ଅଭିଯୋଗ ପାଇଁ ଯାଉଥିବା ବ୍ୟକ୍ତି ହେଲ୍ପ ଡେସ୍କରେ ରିପୋର୍ଟ ଦେବେ । ୨୪ଘଣ୍ଟା ମଧ୍ୟରେ ଅଭିଯୋଗକାରୀଙ୍କ ମୋବାଇଲକୁ ଏସଏମ୍‌ଏସ୍‌ ଦ୍ୱାରା ନିଜ ମାମାଲାର କେସ୍‌ ନମ୍ବର ଥାନାରୁ ଆସିଯିବ ।

Leave A Reply

Your email address will not be published.