ବ୍ରହ୍ମପୁତ୍ରରେ ଡଙ୍ଗା ବୁଡ଼ି ୨୮ ଜଣ ନିଖୋଜ

ଗୌହାଟି : ବ୍ରହ୍ମପୁତ୍ରରେ ଡଙ୍ଗା ବୁଡ଼ି ୨୮ ଜଣରୁ ଅଧିକ ଲୋକଙ୍କ ମ୍‌ତ୍ୟୁ ଆଶଙ୍କା । ଆଜି ଦିନ ପ୍ରାୟ ସାଢ଼େ ଗୋଟାଏ ବେଳେ ଗୌହାଟି ନିକଟରେ ଏହି ଅଘଟଣ ଘଟିଛି । ଡଙ୍ଗାରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ । ଡଙ୍ଗାଟି ଗୌହାଟିରୁ ଉତ୍ତର ଗୌହାଟିକୁ ଯାଉଥିଲା । କୂଳଠାରୁ ମାତ୍ର  ୨୦୦ ମିଟର ଦୂରରେ ହଠାତ୍ ଏହି ଯନ୍ତ୍ର ଚାଳିତ ଡଙ୍ଗାର ଇଞ୍ଜିନ୍ ବନ୍ଦ ହୋଇ ବୁଡ଼ି ଯାଇଥିଲା । ପ୍ରାୟ ୧୨ ଜଣ ଲୋକ ପହଁରି ପହଁରି କୂଳକୁ ଚାଲି ଆସିଥିଲେ । ଅନ୍ୟମାନଙ୍କୁ ଉଦ୍ଧାର ପାଇଁ ଏସଡିଆରଏଫ୍ ଓ ଅଗ୍ନିଶମ ବିଭାଗ ଉଦ୍ୟମ ଚଳାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ଏହି ଦେଶୀ ଡଙ୍ଗାରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ । ସେଥିରୁ ମାତ୍ର ୨୨ ଜଣ ଟିକେଟ୍ କରିଥିଲେ । ଡଙ୍ଗା ବୁଡ଼ିଲା ବେଳକୁ ପାଖରେ ଏକ ଉଦ୍ଧାରକାରୀ ବୋଟ୍ ପହଞ୍ଚି ଯାଇଥିଲା । କିଛି ଲୋକେ ଏଥିରେ ଉଠି ଯାଇ ଲାଇଫ୍ ଜ୍ୟାକେଟ୍ ମଧ୍ୟ ଫିଙ୍ଗିଥିଲେ । ତେବେ ସେତେବେଳକୁ ଯାତ୍ରୀମାନେ ପାଣି ସୁଅରେ ଭାସି ଯାଇଥିଲେ । ଜଣେ ମହିଳା ନିଜ ପିଲାଟିକୁ ଜାକି ଧରି ପହଁରିବାର ଦେଖା ଯାଇଥିଲା । ହେଲେ କେବଳ ଗୋଟିଏ ଶିଶୁକନ୍ୟାର ମ୍‌ତଦେହ ମିଳିଛି । ଡଙ୍ଗାରେ ଅଧିକାଂଶ ମହିଳା ଓ ସ୍କୁଲ ପିଲା ଥିଲେ  । ଡଙ୍ଗାରେ ଥିବା ୮ଟି ବାଇକ୍ ମଧ୍ୟ ନଦୀ ଗର୍ଭକୁ ଚାଲି ଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.