ଝାରପଡା ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପୁଅ ଦାୟୀ କଲେ ଜେଲ୍‌ କର୍ତ୍ତୃପକ୍ଷଙ୍କୁ

ଭୁବନେଶ୍ୱର : ଭୁବନେଶ୍ୱର ଝାରପଡ଼ା ଜେଲ୍‌ରେ ଅଘଟଣ ଘଟିଛି । ଜଣେ ବିଚାରାଧୀନ କଏଦୀର ଆଜି ମୃତ୍ୟୁ ହୋଇଛି । ମୃତକ ହେଲେ ହୋଟେଲ ସୋଲାନ୍‌ ଇନ୍‌ ମାଲିକ କମଳାକାନ୍ତ ।

DEATH IN COUSTODY

୧୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ କମଳାକାନ୍ତ ଗିରଫ ହୋଇଥିଲେ । ଏ ନେଇ ମୃତକଙ୍କ ପୁଅ କୌଶିକ ଦାସ ଏ ନେଇ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ତାଙ୍କ ବାପାଙ୍କର ଏକାଧିକ ରୋଗ ରହିଥିଲା। ଲିଭର ଏବଂ କିଡନୀ ରୋଗରେ ସେ ପୀଡ଼ିତ ଥିଲେ। ତେବେ ବାପାଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଗଲା ନାହିଁ। ଜେଲ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ବାପାଙ୍କ ମୃତ୍ୟୁ ହୋଇଛି ବୋଲି ସେ କହିଛନ୍ତି। ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ପୁଅ କୌଶିକ । ତେବେ ଏ ନେଇ ଜେଲ୍‌ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.