Below header

ଆରଆଇ ଧରା ପଡ଼ିଲେ ଲାଞ୍ଚ ନେଇ, ୭ ହଜାର ଚଳୁ ପାଇଁ ଚେଷ୍ଟା ବେଳେ ଗିରଫ

ଚାନ୍ଦବାଲି (କେ ନ୍ୟୁଜ୍‌): ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ ଅଧୀନ କଇଥକୋଲା ରାଜସ୍ଵ ନିରୀକ୍ଷକ ଲାଞ୍ଚ ନେଇ ଧରାପଡ଼ିଲେ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭଦ୍ରକ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି।

କଇଥଖୋଲା ଗାଁର ସତ୍ୟବ୍ରତ ମାଇତି ତାଙ୍କ ଜମିନାମା ଜାରି ପାଇଁ ବହୁବାର ଆରଆଇ ଅଫିସକୁ ଦୌଡ଼ି ଦୌଡ଼ି କାମ ହୋଇ ପାରିନଥିଲା। ଶେଷରେ ପ୍ରତି କେଶ୍ ପିଛା ୧ହଜାର ଟଙ୍କା ଦେଲେ କାମ ହୋଇଯିବ ବୋଲି କହିଥିଲେ ଆରଆଇ । ସତ୍ୟବ୍ରତଙ୍କର ୭ଟି କେସ୍‌ ପାଇଁ ସେ ୭ ହଜାର ଟଙ୍କା ଦେବାକୁ କହିଥିଲେ ଆରଆଇ ଶେଷରେ ସତ୍ୟବ୍ରତ ଭଦ୍ରକ ଭିଜିଲାନ୍ସକୁ ଜଣାଇଥିଲେ ।

ଆଜି ସବୁ ଯୋଜନା ମୁତାବକ ଅଫିସରେ ଆଜି ସତ୍ୟବ୍ରତଙ୍କ ଠାରୁ ଲାଞ୍ଚ ନେବା ବେଳେ ଆରଆଇ କୃଷ୍ଣଚନ୍ଦ୍ର ଦାସଙ୍କୁ କାବୁ କରିଥିଲେ ଭିଜିଲାନ୍ସ ଅଧିକାରୀ। ପରେ ତାଙ୍କୁ ଗିରଫ କରାଯାଇଛି । ଏହି ଚଢ଼ାଉରେ ଭଦ୍ରକ ଭିଜିଲାନ୍ସ ଡିଏସପି ଡମ୍ବୁରୁ ଚରଣ ମୁର୍ମୁଙ୍କ ସମେତ ତିନିଜଣ କର୍ମଚାରୀ ସାମିଲ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.